ବିଧାନସଭା ଗୃହ ବିବରଣୀର ଡିଜିଟାଇଜେସନ୍ ନେଇ ଆଲୋଚନା

୫-ଟିକୁ ନେଇ ମୁହାଁମୁହିଁ: ଅପରାଜିତା ମୁଖ୍ୟମନ୍ତ୍ରୀ ହେଲେ ୫ଟି ବାତିଲ କରିଦେବେ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଗୃହ ବିବରଣୀର ଡିଜିଟାଇଜେସନ୍ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏଥିରେ ସଭାପତିତ୍ବ କରିଥିଲେ। ବିଧାନସଭାର ଗୃହ ଓ ପରିସରକୁ ୱାଇଫାଇ କରିବା, ଉତ୍ତରଦାୟିତ୍ବ, ଦକ୍ଷ ଓ ଫଳପ୍ରଦ ପ୍ରଶାସନ ପାଇଁ ବିଧାନସଭା କାର୍ଯ୍ୟରେ ଓସ୍ବାସ୍‌ ସଫ୍ଟୱୟାର୍ ପ୍ରଚଳନ, ଗୃହ ବିବରଣୀକୁ ଡିଜିଟାଇଟେସନ୍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ନ୍ୟାସ୍‌ନାଲ୍‌ ଇ-ବିଧାନ ଆପ୍ଲିକେସନ୍‌(ଏନ୍‌ଇଭିଏ)ର କାର୍ଯ୍ୟକାରିତା‌ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଏଣିକି ବିଧାନସଭା ବିବରଣୀକୁ ଡିଜିଟାଇଜ୍‌ କରି ସଂପୃକ୍ତ ବିଧାୟକ, ବିଧାୟିକାଙ୍କ ନିକଟକୁ ସେମାନଙ୍କ ଅବଗତି ନିମନ୍ତେ ପ୍ରେରଣା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗୃହର ବିବରଣୀକୁ ଏନ୍‌ଇଭିଏ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବା ସହିତ ବିଧାନସଭାର କର୍ମଚାରୀମାନଙ୍କୁ ଯଥାଶୀଘ୍ର ଓକାକ୍‌ରେ କମ୍ପ୍ୟୁଟର୍‌ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି କହିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓକାକ୍‌ ଓ ଏନ୍‌ଆଇସିକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌ କେ ପଟ୍ଟନାୟକ, ଏନ୍‌ଆଇସିର ଉପ ମହାନିର୍ଦ୍ଦେଶିକା ପ୍ରତିଭା ସିଂହ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe