ବିଧାନସଭାରେ ପୁଣି ଧାନକିଣା ତାତି: ବିଜେପି ସଦସ୍ୟଙ୍କ ହୋହଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

Advertisment
ସର୍ବଦଳୀୟ ବୈଠକ ପରେ ବି ସ୍ବାଭାବିକ ହେଲାନି ଗୃହକାର୍ଯ୍ୟ: ଅପରାହ୍ଣ ୪ଟା  ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ପୁଣି ଧାନ କିଣା ତାତି ଦେଖିବାକୁ ମିଳିଛି। ଧାନ ଉଠାଣ ତାରିଖ ବୃଦ୍ଧି କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲ୍ଲା ପାଟିତୁଣ୍ଡ ଓ ନାରବାଜି କରିଛନ୍ତି। ପୁଣି ଧାନ କିଣା ପ୍ରସଙ୍ଗ ଉଠାଇ ବିଧାନସଭାକୁ ଅଚଳ କଲେ ବିଜେପି ସଦସ୍ୟ। ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ଏହି ସମୟରେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବିଭାଗୀୟ ମନ୍ତ୍ରୀ । ତେଣୁ ହୋହାଲ୍ଲା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ହେଲେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିବାରୁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe