‘ଚନ୍ଦ୍ରଯାନ-୨’ ଅଭିଯାନର ସଫଳତା ପାଇଁ ଭାରତୀୟ ବୈଜ୍ଞାନିକଙ୍କୁ ଓଡ଼ିଶା ବିଧାନସଭା ଜଣାଇଲା ଅଭିନନ୍ଦନ

Representational Picture

ଭୁବନେଶ୍ୱର: ଚନ୍ଦ୍ରଯାନ ପ୍ରେରଣର ସଫଳତା ପାଇଁ ଆଜି ଓଡ଼ିଶା ବିଧାନସଭା ପକ୍ଷରୁ ଭାରତୀୟ ବୈଜ୍ଞାନିକମାନଙ୍କୁ ଉଚ୍ଛ୍ୱସିତ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବିଧାନସଭାର ସମସ୍ତ ବିଧାୟକ ୧ ମିନିଟ୍‌ ନିଜ ନିଜ ଆସନରେ ଛିଡା ହୋଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରସ୍ତାବ କ୍ରମେ ସୂର୍ଯ୍ୟ ନାରାୟଣ ପାତ୍ର ସବୁ ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ୧ ମିନିଟ୍‌ ପାଇଁ ଛିଡା ହୋଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

publive-image

ଗତ କିଛି ଦିନ ତଳେ ‘ଚନ୍ଦ୍ରଯାନ-୨’ ମହାକାଶରୁ ସଫଳତାର ସହିତ ପ୍ରେରଣ କରାଯାଇଥିଲା। ଏହି ଅଭିଯାନର ସଫଳତାର ଶ୍ରେୟ ଭାରତୀୟ ବୈଜ୍ଞାନିକଙ୍କ ପାଖକୁ ଯାଉଛି। ଏଥିରେ ଓଡ଼ିଶାରେ ଥିବା ସେଣ୍ଟ୍ରାଳ୍‌ ଟୁଲ୍‌ ରୁମ୍‌ର ମଧ୍ୟ ଯୋଗଦାନ ରହିଛି। ଭୁବନଶ୍ୱରରେ ଅବସ୍ଥିତ ଏହି ଅନୁଷ୍ଠାନରୁ ଚନ୍ଦ୍ରଯାନ ପାଇଁ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି।

ପରେ ଶୂନ୍ୟକାଳରେ ଏକ ବୈଧାନିକ ପ୍ରଶ୍ନ ମାଧ୍ୟମରେ ବିଜୁ ଜନତା ଦଳ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ,ଚନ୍ଦ୍ରଯାନ ଅଭିଯାନର ସଫଳତା ପାଇଁ ନିଶ୍ଚେ ଭାରତୀୟ ବୈଜ୍ଞାନିକମାନେ ଧନ୍ୟବାଦର ହକଦାର। ବୈଜ୍ଞାନିକ ଗବେଷଣା ପାଇଁ ଓଡ଼ିଶାରେ ମଧ୍ୟ ୟୁନେସ୍କୋ କଳିଙ୍ଗ ପୁରସ୍କାର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଦେଶ /ରାଜ୍ୟର ଅର୍ଥନୈତିକ ବିକାଶରେ ବୈଜ୍ଞାନିକ ଉଦ୍ଭାବନ ଓ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ଶ୍ରୀ ମିଶ୍ର ରାଜ୍ୟରେ ସ୍ଥାପିତ ଓଡ଼ିଶା ନବାଚାର ପରିଷଦ (ଓଡ଼ିଶା ଇନୋଭେସନ୍‌ କାଉନସିଲ)କୁ ସଠିକ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe