ବିଧାନସଭା ସଟ୍‌ଡାଉନ୍‌, ସୋମବାର ଖୋଲିବ

ଜଣେ କର୍ମଚାରୀଙ୍କ ମା’ ସଂକ୍ରମଣ ହୋଇଛନ୍ତି

ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ୱର : ବିଧାନସଭାର ଜଣେ କର୍ମଚାରୀଙ୍କ ମା’ କରୋନା ସଂକ୍ରମଣ ହେବାରୁ ଆଜି ବିଧାନସୌଧକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେ, ଗୋଟିଏ ଦିନ ପାଇଁ ବିଧାନସଭା ପରିସରକୁ ସଟଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଓ ରବିବାର ସରକାରଙ୍କ ସଟ୍‌ଡାଉନ୍‌ ଘୋଷଣା ମୁତାବକ ମଧ୍ୟ ବିଧାନସଭା ସଚିବାଳୟ ବନ୍ଦ ରହିବ। ଆସନ୍ତା ସୋମବାର ପୁଣି ଥରେ ଖୋଲିବ। ଏହି ସଟ୍‌ଡାଉନ୍‌ ଦିନମାନଙ୍କରେ ବିଧାନସୌଧ ପରିସର ଓ ବିଲ୍ଡିଂକୁ ବିଶୋଧନ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe