ଟେକ୍ନୋଲୋଜିର ବ୍ୟବହାର ପାଇଁ ଓଡ଼ିଶା ପୁରସ୍କୃତ

Advertisment
ଟେକ୍ନୋଲୋଜିର ବ୍ୟବହାର ପାଇଁ ଓଡ଼ିଶା ପୁରସ୍କୃତ

Business Insider India

କରୋନା ମୁକାବିଲାରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରଶଂସା
୧୨ ବିଭାଗର ଆଇନଗତ ମାମଲାର ସଫଳ ତଦାରଖ

ଭୁବନେଶ୍ୱର : ଟେକ୍ନୋଲୋଜିକୁ ବ୍ୟବହାର କରି ନାଗରିକଙ୍କୁ ସମୟୋପଯୋଗୀ ଗୁଣାତ୍ମକ ମାନର ସେବା ଯୋଗାଇ ଦେଉଥିବାରୁ ଓଡ଼ିଶା ସରକାର ପୁରସ୍କୃତ ହୋଇଛନ୍ତି। ଦୁଇଟି ଟେକ୍ନୋଲୋଜି ଆପ୍ଲିକେସନ୍ ପାଇଁ ସରକାର ସମ୍ମାନଜନକ ଟେକ୍ ସଭା ଆୱାର୍ଡ ହାସଲ କରିଛନ୍ତି। ଏହି ଦୁଇଟି ଆପ୍ଲିକେସନ୍ ହେଲା ଇଣ୍ଟିଗ୍ରେଟେଡ୍‌ ଲିଗାଲ୍‌ ମନିଟରିଂ ସିଷ୍ଟମ୍(ଆଇଏଲ୍‌ଏମ୍‌ଏସ୍‌) ଓ ରାଜ୍ୟ କୋଭିଡ୍‌ ଡାସ୍‌ବୋର୍ଡ। ସମ୍ପ୍ରତ୍ତି ୫-ଟି ବ୍ୟବସ୍ଥା ଦ୍ବାରା ପରିଚାଳିତ ରାଜ୍ୟ ସରକାରଙ୍କର ଏହି ଟେକ୍ନୋଲୋଜିର ବ୍ୟବହାର ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ‘ଏଣ୍ଟର୍‌ପ୍ରାଇଜ୍‌ ଆପ୍ଲିକେସନ୍’ ବର୍ଗରେପୁରସ୍କୃତ ହୋଇଥିବା ଆଇଏଲ୍‌ଏମ୍‌ଏସ୍‌ ସରକାର ୧୨ଟି ବିଭାଗର ଆଇନଗତ ମାମଲାକୁ ଟ୍ରାକିଂ କରୁଛି। ଅଧିକ ମାମଲାରେ ଛନ୍ଦି ହେଉଥିବା ଗଣଶିକ୍ଷା ବିଭାଗ ପାଇଁ ଏହି ଆପ୍‌ ପ୍ରଥମେ ଆରମ୍ଭ କରାଯାଇଥିଲା। ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ଆପ୍‌ ମାଧ୍ୟମରେ ବାର୍ଷିକ ୩ ହଜାରରୁ ଅଧିକ ମାମଲାକୁ ଟ୍ରାକିଂ କରାଯାଇ ତୁରନ୍ତ ସମାଧାନର ବ୍ୟବସ୍ଥା କରାଯାଉଛି। ଆପ୍‌ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ମାମଲା ସଂଖ୍ୟା ୨୪ ହଜାର କମାଯାଇପାରିଛି। ସରକାରଙ୍କ ବିରୋଧରେ ହୋଇଥିବା ମାମଲାର ଟ୍ରାକିଂ କରାଯିବା ସହ ମାମଲାକୁ ତ୍ବରାନ୍ବିତ କରିବା, ସ୍ବଚ୍ଛ ଉପାୟରେ ସମାଧାନ କରିବା, ସମୟୋପଯୋଗୀ ନିଷ୍ପତ୍ତି ନେବାରେ ଉତ୍ତରଦାୟିତ୍ବବୋଧ ଆଣିବାରେ ଏହି ଆପ୍ ବେଶ୍‌ ଉପାଦେୟ ହୋଇପାରିଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ସରକାର ଯେପରି କୋର୍ଟ ଅବମାନନା ମାମଲାରେ ନ ପଡ଼ନ୍ତି, ସେଥି ପ୍ରତି ଧ୍ୟାନ ଦିଆଯାଉଛି। ଯେଉଁ ବିବାଦଗୁଡ଼ିକ ପାଇଁ ସରକାରଙ୍କ ବହୁ ସମ୍ବଳ ଓ ସମୟ ଅପଚୟ ହେଉଛି, ସେଗୁଡ଼ିକୁ ତ୍ବରିତ ବେଗରେ ସମାଧାନ କରାଇବାକୁ ଆପ୍ ସାହାଯ୍ୟ କରୁଛି।

‘ଆନାଲିଟିକ୍‌ସ୍‌ ଆଣ୍ଡ୍‌ ବିଗ୍ ଡାଟା ଆପ୍ଲିକେସନ୍’ ବିଭାଗରେ ରାଜ୍ୟ କୋଭିଡ୍‌ ଡାସ୍‌ବୋର୍ଡ ପୁରସ୍କୃତ ହୋଇଛି। ସମ୍ପ୍ରତ୍ତି କୋଭିଡ୍‌ ମୁକାବିଲାରେ ଏହି ଡାସ୍‌ବୋର୍ଡ ପ୍ରମୁଖ ଭୂମିକା ନେଇଛି। ଏହା ମାଧ୍ୟମରେ ସରକାର ସଫଳତାର ସହ କୋଭିଡ୍‌ ସଂକ୍ରମଣକୁ ଟ୍ରାକିଂ କରୁଛନ୍ତି। ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଟ୍ରାକିଂ କରିବା, ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଓ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ତଦାରଖ କରିବା, କଣ୍ଟାକ୍ଟ ଟ୍ରେସିଂ କରିବା ସହ ସାମାଜିକ ଦୂରତା ଓ ସଙ୍ଗରୋଧକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ଡାସ୍‌ବୋର୍ଡ ମୁଖ୍ୟ ଭୂମିକା ନେଉଛି। ଏହା ଆପ୍‌ ରାଜ୍ୟରେ ଉପଲବ୍ଧ ସ୍ବାସ୍ଥ୍ୟସେବାର ଉପଯୋଗ, ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମାଇବା, ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଯୋଜନା କରିବା, ନାଗରିକଙ୍କ ଜରୁରିକାଳୀନ ଆବଶ୍ୟକତାକୁ ପୂରଣ କରିବା ଏବଂ ସମସ୍ୟାରେ ଥିବା ଲୋକଙ୍କୁ ସହାୟତା କରିବାରେ ସହଯୋଗ କରୁଛି। ଏହା ସହ ସାରା ବିଶ୍ବର ଗବେଷକ ଓ ଅନିସନ୍ଧିତ୍ସୁଙ୍କ ପାଇଁ ଡାସ୍‌ବୋର୍ଡ ‘ନଲେଜ୍ ହବ୍‌’ ଭାବେ କାର୍ଯ୍ୟ କରୁଛି।

ନାଗରିକଙ୍କୁ ଠିକ୍ ସମୟରେ ଉନ୍ନତ ମାନର ସେବା ଯୋଗାଇବା ପାଇଁ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଲଗାତର ଭାବେ ନୂଆ ନୂଆ ଟେକ୍ନୋଲୋଜିକୁ ସଫଳତାର ସହ ପ୍ରୟୋଗ କରାଯାଉଛି। ଏପରିକି କରୋନା ମହାମାରୀ ମୁକାବିଲାରେ ଟେକ୍ନୋଲୋଜିର ସଫଳ ଉପଯୋଗ ପାଇଁ ସରକାର ବେଶ୍‌ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ଡିଜିଟାଲ୍‌ ମୋଡ୍‌ରେ ଯୋଗାଇ ଦିଆଯାଉଥିବା ସେବା କିପରି ତୃଣମୂଳ ସ୍ତରରେ ପହଞ୍ଚିବ, ସେଥି ପ୍ରତି ଗୁରୁତ୍ବ ଦିଆଯାଉଛି। ଟେକ୍ନୋଲୋଜି ଉଭୟ ନାଗରିକ ଓ ପ୍ରଶାସନିକ କଳକୁ ସଶକ୍ତ କରିପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe