ରୁଚିକା ମହାନ୍ତି ଆତ୍ମହତ୍ୟା: ୧୯ରେ ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ଓ ଛାତ୍ର ସଂଗଠନ, ୧୭ରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା

ରୁଚିକା ମହାନ୍ତି ଆତ୍ମହତ୍ୟା: ୧୯ରେ ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ଓ ଛାତ୍ର ସଂଗଠନ, ୧୭ରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ। ପିଏମଜିରେ ୧୧ ଦିନର ଧାରଣା ପରେ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି। ଓଡ଼ିଶା ବନ୍ଦ ସମର୍ଥନ ପାଇଁ ରୁଚିକାଙ୍କ ମା' ବିଦୁପ୍ରଭା ମହାନ୍ତି ଆବେଦନ କରିଛନ୍ତି।

ସୂଚନା ଅନୁସାରେ ଆଗାମୀ ୧୯ ତାରିଖରେ ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ସଂଗଠନ ଆଗାମୀ ୧୭ ତାରିଖ ଦିନ ପୁଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ। ଏହି ଧାରଣାରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ପାଇଁ ସଂଗଠନର ଆବାହକ ଅକ୍ଷୟ କୁମାର ନିବେଦନ କରିଛନ୍ତି। ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଂଗରେ ସାମ୍ବାଦିକ ସମ୍ମିଳନୀରେ ଆଜି ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଛାତ୍ର ସଂଗଠନ ଓ ରୁଚିକାଙ୍କ ମା’ ଉପସ୍ଥିତିରେ ଆନ୍ଦୋଳନ ନେଇ ଘୋଷଣା ହୋଇଛି। ଆତ୍ମହତ୍ୟାକୁ ୧୨ ଦିନ ବିତିଥିାଊ ବି କୌଣସି ନିଷ୍କର୍ଷରେ ପହଞ୍ଚିପାରିନି ପୁଲିସ। ରାଗିଙ୍ଗ ହୋଇ ନ ଥିବା ପୁଲିସ କହୁଛି। ମା’ ଧାରଣାରେ ବସିଥିବାବେଳେ ପୁଲିସ ଜୋରଜବରଦସ୍ତ ଉଠାଇଅଛି। ନୈତିକତା ଦୃଷ୍ଟି କୋଣରୁ ହଷ୍ଟେଲ ୱାର୍ଡନ, ସୁପରିଟେଣ୍ଡେଣ୍ଟ ଇସ୍ତଫା ଦେବା କଥା। ୧୪ ଓ ୧୫ତାରିଖରେ କଲେଜ କଲେଜ ବୁଲି ଛାତ୍ରଛାତ୍ରୀମାନେ ସାମିଲ ପାଇଁ ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ଅନୁରୋଧ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe