ଯାଜପୁରରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା: ଗାନ୍ଧିଛକରେ ରାସ୍ତାରୋକ

ଯାଜପୁରରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା: ଗାନ୍ଧିଛକରେ ରାସ୍ତାରୋକ

ଯାଜପୁର: ବିଜେବି ଛାତ୍ରୀ ରୁଚିକାକୁ ନ୍ୟାୟ ତଥା ଶିକ୍ଷାନୁଷ୍ଠାନରୁ ରାଗିଙ୍ଗ ବନ୍ଦ ପ୍ରତିବାଦରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ରୁଚିକା ମହାନ୍ତି ମୃତ୍ୟୁକୁ ଦୀର୍ଘ ଦୁଇ ସପ୍ତାହ ପୁରିଥିବା ବେଳେ ପୁଲିସ, ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ଏବେ ବି ନୀରବ ରହିବା ସହ ପୋଲିସ ତଦନ୍ତ କରୁଛି କହି ସମୟ ଗଡାଉଛି କହିଛନ୍ତି କୃଷକ ନେତା। ଯାହାକୁ ବିରୋଧ କରି ନବ ନିର୍ମାଣ ଯୁବଛାତ୍ର ସଂଗଠନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି।

publive-image

ଯାଜପୁରରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ଗାନ୍ଧି ଛକ ନିକଟରେ ରାସ୍ତାରୋକ କରିଥିବା ବେଳେ ଚଣ୍ଡିଖୋଲଠାରେ ଶହଶହ ଚାଷୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଯାଜପୁର ମୁଖ୍ୟାଳୟରେ ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ସହରର ଗାନ୍ଧୀଛକଠାରେ ରାସ୍ତା ଅବରୋଧ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ଏବଂ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ମଧ୍ୟ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe