ଓଡ଼ିଶା ବନ୍ଦ: ହଇରାଣ-ହନ୍ତସନ୍ତ ସାଧାରଣ ଲୋକେ, ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

New Project (12)

ଭୁବନେଶ୍ବର: ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । ହନ୍ତସନ୍ତ ହୁଅନ୍ତି ଲୋକେ, ଅଟକିଯାଏ ଜୀବନ.. ଏମିତି ନାହିଁ ନଥିବା ସମସ୍ୟା ଭୋଗନ୍ତି ଲୋକେ । ଠିକ୍ ଆଜି ବି ସେଇ ସମାନ ସ୍ଥିତି ଓଡିଶାରେ ଉପୁଜିଛି । ଅଖ-ଚକ ସବୁ ଅଟକି ଯାଇଛି – ରାସ୍ତା ରେଳ, ବସ ସେବା ସବୁ ବନ୍ଦ । କିଏ ବାଟରେ ଅଟକିଛି ତ କିଏ ପୁଣି ଜାମରେ ଫସିଛି ।

କଂଗ୍ରେସ ଏବଂ ବାମପନ୍ଥୀ ଦଳଙ୍କ ଓଡ଼ିଶା ବନ୍ଦ ଡାକରା ପାଇଁ ହଇରାଣ ହୋଇଛନ୍ତି ସାଧାରଣ ଲୋକେ । ଯିଏ ବନ୍ଦ କଥା ଅବଗତ ନାହାନ୍ତି ସେମାନେ ରାସ୍ତାରେ ଅଟକି ରହିଛନ୍ତି । ଯେଉଁମାନେ ଓଡିଶା ବାହାରୁ ଆସୁଛନ୍ତି ସେମାନେ ନିଜ ଘରକୁ ଯାଇ ନପାରି ଷ୍ଟେସନ, ବିମାନ ବନ୍ଦର ଆଦି ସ୍ଥାନରେ ରହିଛି । ରାସ୍ତାରେ ଗାଡ଼ି ଗଡେଇ ଦେଉନାହାନ୍ତି ଆନ୍ଦୋଳନକାରୀ ।

ଗୋଟେ ପଟେ ବାଲେଶ୍ବର କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଓଡିଶା ବନ୍ଦ କରାଯାଇଥିବା ବେଳେ ଅନ୍ୟପଟେ ଓଡିଶା ବନ୍ଦ ପାଇଁ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ। ଗାଡି ଚଳାଚଳ ହେଉନଥିବାରୁ  ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ଶତାଧିକ ଲୋକଙ୍କ ଭିଡ ଜମିଛି। ଏହି ଭିଡ ଭିତରେ ବି ରହିଛନ୍ତି ରୋଗୀ । ଯେଉଁମାନେ ହସ୍ପିଟାଲ ଆସି ବାଟରେ ଫସିଛନ୍ତି । କ୍ୟାନ୍ସରରେ ପୀଡିତ ଝାରସୁଗୁଡାର ମହିଳା ଭୁବନେଶ୍ୱର ଏମ୍ସରେ ଡାକ୍ତରଙ୍କୁ ଭେଟିଥାନ୍ତେ , କିନ୍ତୁ ଗାଡି ଚଳାଚଳ ହେଉନଥିବାରୁ ଷ୍ଟେସନ ବାହାରେ ଅଟକି ରହିଛନ୍ତି । 

ସେହିପରି ମାଲକାନଗିରିର ଜଣେ ରୋଗୀ ଏମ୍ସ  ଆସିଥିଲେ କିନ୍ତୁ ଓଡିଶା ବନ୍ଦ ଥିବାରୁ ସେ ବି ନିରୁପାୟ । ସିଏ ବି ରେଳ ଷ୍ଟେସନରେ ଅଟକି ରହିଛନ୍ତି । ଏମିତି ଶହଶହ ଲୋକ ରେଳ ଷ୍ଟେସନ ବାହାରେ, ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe