ରାଜଧାନୀରେ ବନ୍ଦ ପାଳନ ବେଳେ ଅଟୋଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ 

ଓଡ଼ିଶା ବନ୍ଦକୁ ଅଭୂତପୂର୍ବ ସଫଳତା ମିଳିଛି କହିଲା କଂଗ୍ରେସ, ବିଜେଡିକୁ ଦୋଷ ଦେଲା ବିଜେପି

ରାଜଧାନୀରେ ବନ୍ଦ ପାଳନ ବେଳେ ଅଟୋଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ 

ଭୁବନେଶ୍ୱର: ରାଜଧାନୀରେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଅଟୋଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ଆନ୍ଦୋଳନକାରୀ ପିଟିଲେ। ସେମାନେ ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡ଼ି ଚାଳକଙ୍କୁ ମାଡ଼ ମାରିଥିଲେ।

ସେପଟେ, କଂଗ୍ରେସର ଓଡ଼ିଶା ବନ୍ଦକୁ ଅଭୂତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ବାଧିଛି। ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ। ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ ସେ କହିଛନ୍ତି। ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ଏଣେ ବିଜେପି ବିଜେଡିକୁ ଦୋଷ ଦେଇଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି .ଯେ ରାଜ୍ୟରେ କଂଗ୍ରେସର ଭୋଟ ହାର କମିଛି। ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି। ତେଣୁ ଏ ସବୁ ଉପରୁ ନଜର ହଟାଇବା ପାଇଁ କଂଗ୍ରେସ ବନ୍ଦ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦ ପ୍ରଛଦପଟରେ ବିଜେଡି ରହିଛି। ସ୍କୁଲ କଲେଜ ବନ୍ଦ ରଖିବା ଦର୍ଶାଉଛି ଯେ ବନ୍ଦକୁ ସମର୍ଥନ ରହିଛି। ଯଦି ସମର୍ଥନ ନଥାନ୍ତା ତେବେ ଅଧିକ ସୁରକ୍ଷା ଦେଇ ସବୁ ଖୋଲି ପାରିଥାନ୍ତେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe