୪୦ ଡିଗ୍ରି ତଳେ ଓଡ଼ିଶା, ୧୪ ଯାଏ କାଳବୈଶାଖୀ

୧୨୦ ବର୍ଷରେ ସବୁଠାରୁ ଅଧିକ ଗରମ : ରିପୋର୍ଟ

India Today

ଭୁବନେଶ୍ବର : ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ରାଜ୍ୟର ପାରଦ ତଳମୁହାଁ ହୋଇଛି। ଆଜି ସବୁ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ଆସନ୍ତାକାଲି ମଧ୍ୟ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ କିମି ରହିବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ କେବଳ ୧୩ ତାରିଖକୁ ବାଦ୍‌ ‌ଦେଇ ୧୨ ଓ ୧୪ ତାରିଖ ଦିନ ବି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ କିମି ରହିବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମ‌ାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା‌ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିଯୋଗୁଁ ରାଜ୍ୟରେ ପାଗ ଥଣ୍ଡା ରହିବ ଓ ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତି ବଢ଼ିବ ନାହିଁ। ଅପରପକ୍ଷେ ରାଜଧାନୀର ତାପମାତ୍ରା ବେଶ୍‌ କିଛି ଦିନ ଧରି ୪୦ ଡିଗ୍ରି ରହିବା ପରେ ଏବେ ୨ଦିନ ହେଲା ପାଖାପାଖି ୪ଡିଗ୍ରି ଖସିଛି। ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାଗ ମେଘୁଆ ରହିଥିଲା। ଆସନ୍ତାକାଲି ମଧ୍ୟ ତାପମାତ୍ରା ୩୬ଡିଗ୍ରି ପାଖାପାଖି ରହିବ ଓ ପାଗ ଆଂଶିକ ମେଘୁଆ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe