ଭୁବନେଶ୍ବର: ବିକଶିତ ଭାରତ ପରିପ୍ରେକ୍ଷୀରେ ନୂଆ ଓଡ଼ିଶା ଗଠନ ହେବ। କୋଣାର୍କ ଆମ ଐତିହ୍ୟର ଅନ୍ୟତମ ପ୍ରମାଣ। ଓଡ଼ିଶା ବିଜେପି ଏବେ ରାଜ୍ୟ ପାଇଁ ବିଶୁ ମହାରଣା ଭଳି କାମ କରିବ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଧାୟକ ତଥା ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ସନ୍ଧ୍ୟାରେ ସମ୍ବାଦ ଗ୍ରୁପ ତରଫରୁ ଆୟୋଜି ସିଇଓ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି।
ନୂତନ ଓଡିଶା ଗଠନ ନେଇ ରାଜ୍ୟବାସୀଙ୍କୁ ଆହ୍ୱାନ ଦେବା ସହିତ ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି କି, ଏବେ ଓଡ଼ିଶା ପ୍ରତି ଅନ୍ୟମାନଙ୍କ ଦୃଷ୍ଟୀଭଙ୍ଗୀକୁ ନେଇ ଧନ୍ୟବାଦ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଓଡିଶାର ସ୍ଥାନ ସ୍ୱତନ୍ତ୍ର ରହିଥିଲା। ମାଧୋ ସିଂଙ୍କ ପରିବାର କଥା ମନେ ପକାଇ ଏହା ରାଜ୍ୟପାଇଁ ସ୍ମରଣୀୟ ବୋଲି ସେ କହିଛନ୍ତି।
ଶ୍ରୀ ପୂଜାରୀ କହିଛନ୍ତି କି, ଆମକୁ ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ଭଲଭାବେ ଜଣାଅଛି। ସରକାର ଗଠନର ୨ ଦିନ ମଧ୍ୟରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ସମୟରେ ବିଜେପି ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିମଧ୍ୟରୁ କିଛି ପାଳନ କରାଯାଇଛି। ଚାଷୀମାନେ ଏବେ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ବିକ୍ରି କରିପାରିବେ। ଏହାସହ ୧୦୦ଦିନ ମଧ୍ୟରେ ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ସେହିଭଳି ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବା ପରେ ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟବସ୍ଥା ହୋଇଛି।
Follow Us