ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଉପସ୍ଥାପିତ ଏହି ବଜେଟ୍ ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରର ବିକାଶ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ ୧୭,୭୩୬.୯୩ କୋଟି ଏବଂ ଶିକ୍ଷା ପାଇଁ ୧୫,୮୪୯.୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ରାଜ୍ୟ ସରକାର କୃଷି କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳସେଚନ ସୁବିଧା ପାଇଁ ବଜେଟ୍ରେ ମୋଟା ଅଙ୍କର ବ୍ୟୟବରାଦ କରାଯାଇଛି। ମାଣ୍ଡିଆ ଚାଷ ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ରହିଛି। ସାଧାରଣ ଜନତାଙ୍କୁ ମାଗଣା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଅଧିକ ବ୍ୟାପକ କରାଯାଇଛି। ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତରଣ ଏବଂ ଉଚ୍ଚଶିକ୍ଷା ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ନିମନ୍ତେ କୋଟିକୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
- ସୁଭଦ୍ରା ଯୋଜନା- ୧୦ ହଜାର ୧୪୫ କୋଟି
- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା- ୬୩୦୯ କୋଟି
- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
- ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ- ୫ ହଜାର ୮ କୋଟି
- ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା- ୧୦୦ କୋଟି
- ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି
- ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି
- ଶ୍ରୀଅନ୍ନ ଯୋଜନା- ୪୦୦ କୋଟି ଟଙ୍କା
- ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ- ୫୦୦ କୋଟି
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ- ୧୦୧୦ କୋଟି
- ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
- ଅମୃତ ପ୍ରକଳ୍ପ ଯୋଜନା ପାଇଁ ୯୧୬ କୋଟି
ଆହୁରି ପଢ଼ନ୍ତୁ: Bengal SIR: ନ୍ୟାୟିକ ତଦାରଖରେ ଚାଲିବ ପଶ୍ଚିମବଙ୍ଗରେ ଏସ୍ଆଇଆର୍
ଭିତ୍ତିଭୂମି ଓ ଶିଳ୍ପ ବିକାଶ
ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୋହନ ସରକାର ବଜେଟ୍ରେ ନୂତନ ରାସ୍ତା, ବ୍ରିଜ୍ ଏବଂ ବିଭିନ୍ନ ନୂତନ ପ୍ରକଳ୍ପ ପାଇଁ ବଜେଟ୍ରେ ଗୁରୁତ୍ୱ ଦେଇଛନ୍ତି। ଏହା ବ୍ୟତୀତ ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ସୁଭଦ୍ରା ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନୂଆ ଯୋଜନା ଘୋଷଣା କରାଯାଇଛି। ସେହିପରି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଆଧୁନିକୀକରଣ ଏବଂ ମନ୍ଦିରମାନଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/20/untitled-16jpg-2026-02-20-17-09-02.jpeg)