ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)କୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଉଭୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ନ୍ୟାୟିକ ତଦାରଖରେ ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ।
ଅଧିକପଢ଼ନ୍ତୁ:ଇସ୍ରାଏଲରେ ଦୁଇ ଭାରତୀୟଙ୍କୁ ଆକ୍ରମଣ, ତିନି ଅଭିଯୁକ୍ତ ଗିରଫ
ନ୍ୟାୟିକ ତଦାରଖ ପାଇଁ କୋଲକାତା ହାଇକୋର୍ଟଙ୍କ କାର୍ଯ୍ୟରତ କିମ୍ବା ପୂର୍ବତନ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ତାଲିକା ଯାଞ୍ଚ ପାଇଁ ଚାଲିଥିବା ଅଭିଯାନକୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ଯେପରି ବିବାଦ ଚାଲିଛି ସର୍ବୋଚ୍ଚ ଅଦାଲତ ତାହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଦୁଇ ସାମ୍ବିଧାନିକ ପ୍ରତିଷ୍ଠାନ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ଆରୋପ ଅଭିଯୋଗ ପରସ୍ପର ଉପରେ ବିଶ୍ୱାସର ଅଭାବକୁ ଦର୍ଶାଉଛି ବୋଲି କୋର୍ଟ କହିଥିଲେ।
ଅଧିକପଢ଼ନ୍ତୁ:ବାପା-ମାଆଙ୍କ ଅନୁମତି ବିନା କେହି ବିବାହ କରିପାରିବେନି, ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/20/images-2026-02-20-16-42-23.jpg)