ବଜେଟ୍‌ରେ ନୂତନତ୍ବ ନାହିଁ: ବିରୋଧୀ ଦଳ ନେତା

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, ସମସ୍ତ ପଞ୍ଚାୟତ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ମିଳୁ: ପ୍ରଦୀପ୍ତ ନାଏକ

Odishatv

ଭୁବନେଶ୍ବର: ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ। ବିଶେଷ ଭାବରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି, ନୁଆ ଶିଳ୍ପ ଉଦ୍ୟୋଗୀ ତିଆରି, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ଯୋଜନା, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୂର ପ୍ରୟାସ କରାଯାଇଛି। ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି ଟଙ୍କା ଆବଂଟନ କରିଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ। ଜଳସେଚନ ଓ ସମବାୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର କମ ପରିମାଣର ଅର୍ଥର ପ୍ରାବଧାନ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ। ମୋଟାମୋଟି ଭାବେ ରାଜ୍ୟ ସରକାର ଚାଷୀମାନଙ୍କୁ ନିରାଶ କରିଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ବି ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବ୍ୟୟ ବରାଦ କରିନାହାନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶାକୁ ମିଳିବାକୁ ଥିବା ୩୯୬୨ କୋଟି ଟଙ୍କାକୁ ଚତୁରତାର ସହିତ ବଜେଟ ଭାଷଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ମିଳିବ ବୋଲି କହିଛନ୍ତି। ସେହିପରି ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ ବଜେଟ ଆଣିଛନ୍ତି। କହିଛନ୍ତି ଏପରି ବଜେଟ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ହେଲେ ଏହା ହେଉଛି ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ଯୋଜନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe