Mohan Charan Majhi Photograph: (Sambad )
ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
କ୍ୟାବିନେଟ ବୈଠକରେ ମୋଟ ୫ଟି ପ୍ରସ୍ତାବ ଆଗତ କରାଯାଇଥିଲାl ତନ୍ମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ ହେବl ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା l ଏସବୁ ୪ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛିl
Follow Us