ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ବସିବ। ସନ୍ଧ୍ୟା ୬ଟା ୩୦ମିନିଟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଏଥିରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଚଳିତ ମାସରେ ଶେଷ ହେଉଥିବା ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ ସରୁଥିବା ପରିପ୍ରେକ୍ଷୀରେ ସେଠାରେ ପ୍ରଶାସକ ନିଯୁକ୍ତି ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇପାରନ୍ତି। କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲେ ମଧ୍ୟ ଏଜେଣ୍ଡା ପ୍ରଦାନ କରାଯାଇନାହିଁ। ସୂଚନାଯୋଗ୍ୟ, ଗତ ସୋମବାର କ୍ୟାବିନେଟ ବୈଠକ ବସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଯାଇଥିିଲା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us