Odisha Sun Times
ସମ୍ବଲପୁର: ମହାନଦୀ ଜଳ ପରିଚାଳନା ନେଇ ୩୧ ଜୁଲାଇରେ ହେବାକୁ ଥିବା ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଅଗଷ୍ଟ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବୁର୍ଲା ଅଶୋକ ନିବାସରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଛତିଶଗଡ଼ ଜଳ ସଂପଦ ବିଭାଗ ପକ୍ଷରୁ ଓଡ଼ିଶା ନଦୀବନ୍ଧ (ସୁରକ୍ଷା) ନିର୍ଦେଶକଙ୍କୁ ପତ୍ର ଲେଖାଯାଇଥିଲା। ବିଭାଗୀୟ କାର୍ଯ୍ୟରେ ଜଳସଂପଦ ବିଭାଗର ଅଧିକାରୀମାନେ ବ୍ୟସ୍ତ ରହିଥିବା ଯୋଗୁଁ ଅନ୍ୟ କୌଣସି ତାରିଖ ବୈଠକ ପାଇଁ ଧାର୍ଯ୍ୟ କରିବାକୁ କହିଥିଲେ। ପୁଣି ବୈଠକ ଦିନ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିବାକୁ ମଧ୍ୟ ଚାହିଁ ଥିଲେ। ଫଳରେ ଉଭୟ ପକ୍ଷଙ୍କ ସୁବିଧା ଅନୁଯାୟୀ ଉକ୍ତ ବୈଠକ ଘୁଞ୍ଚାଇ ଦିଆଯାଇଥିବା ଜଳ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସମନ୍ଵୟ ବୈଠକ ପରେ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି।
Follow Us