ସମ୍ବଲପୁର: ଓଡ଼ିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ପାଇଁ ପ୍ରାୟ ୯୪୭ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୨୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସଡ଼କ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଆଦି ରହିଛି। ଏହିସବୁ ପ୍ରକଳ୍ପ ସମ୍ବଲପୁରର ପ୍ରଗତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ସମ୍ବଲପୁରବାସୀଙ୍କ ଜୀବନ ଧାରଣମାନକୁ ଦ୍ଵିଗୁଣିତ କରିବ। 'ଶାସକ' ନୁହେଁ ବରଂ 'ସେବକ' ଭାବେ ଲୋକଙ୍କ ସେବାରେ ଆମେ ସଦା ତତ୍ପର। 'ସବ୍କା ସାଥ୍, ସବ୍କା ବିକାଶ' ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଆମେ ୨୦୩୬ ସୁଦ୍ଧା ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆଗେଇ ଚାଲିଛୁ।
ସମ୍ବଲପୁର ଗମନାଗମନ ବ୍ୟବସ୍ଥାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ
— CMO Odisha (@CMO_Odisha) January 10, 2026
✔️ ୨୫ଟି ନୂଆ ଇ-ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
✔️ ଆଉ ୨୫ଟି ଇ-ବସ୍ର ବ୍ୟବସ୍ଥା କରାଯିବା ନେଇ ଘୋଷଣା
✔️ ସମ୍ବଲପୁରରେ ସମୁଦାୟ ଗଡ଼ିବ ୫୦ଟି ଇ-ବସ୍
ସମ୍ବଲପୁରରେ ବସଗୁଡ଼ିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ… pic.twitter.com/Rpc99o34Z9
ଆହୁରି ପଢ଼ନ୍ତୁ: Ayodhya Ram Temple: ଅଯୋଧ୍ୟା ରାମମନ୍ଦିରର ୧୫ କିମି ପରିଧି ମଧ୍ୟରେ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ନିଷେଧ
ସମ୍ବଲପରରେ ନୂଆଁ ବସ୍ ଟର୍ମିନାଲ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମ୍ବଲପୁରରେ ୨୫ଟି ନୂଆ ଇ-ବସ୍ ଚଳାଚଳ ସେବାର ଶୁଭାରମ୍ଭ କରିବା ସହ ଅଇଁଠାପାଲିଠାରେ CRUT ର ଅତ୍ୟାଧୁନିକ ବସ୍ ଟର୍ମିନାଲ ଉଦ୍ଘାଟନ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସହରରେ ସମୁଦାୟ ୫୦ଟି ଇ-ବସ୍ ଚଳାଚଳ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଅତ୍ୟାଧୁନିକ ପଦକ୍ଷେପ ସମ୍ବଲପୁରବାସୀଙ୍କ ଯାତାୟାତକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ବସ୍ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଏବଂ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ରହିଛି, ଯାହା ଯାତ୍ରୀଙ୍କୁ ଏକ ନିରାପଦ ଓ ଉନ୍ନତ ଅନୁଭୂତି ପ୍ରଦାନ କରିବ। ସମ୍ବଲପୁରକୁ ଭିତ୍ତିଭୂମି ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢିତୋଳିବା ସହ ରାଜ୍ୟରେ ଏକ ସୁଦୃଢ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।
ଆହୁରି ପଢ଼ନ୍ତୁ: Khwaja Asif : ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ନେତାନ୍ୟାହୁଙ୍କୁ ତୁର୍କୀ ବନ୍ଦୀ କରୁ ବୋଲି ପାକିସ୍ତାନୀ ପ୍ରାର୍ଥନା କରୁଛନ୍ତି’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/10/untitled-23-2026-01-10-19-17-33.jpg)