ରାଜ୍ୟପାଳଙ୍କ ଚାଟାର୍ଡ ଫ୍ଲାଇଟ୍‌ ଗସ୍ତକୁ ସରକାରୀ ମଞ୍ଜୁରି, ରାଜଭବନ ଯାଇ ରାଜ୍ୟପାଳଙ୍କୁ ଜଣାଇଲେ ମୁଖ୍ୟ ସଚିବ

Advertisment
ରାଜ୍ୟପାଳଙ୍କ ଚାଟାର୍ଡ ଫ୍ଲାଇଟ୍‌ ଗସ୍ତକୁ ସରକାରୀ ମଞ୍ଜୁରି, ରାଜଭବନ ଯାଇ ରାଜ୍ୟପାଳଙ୍କୁ ଜଣାଇଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଚାଟାର୍ଡ ଫ୍ଲାଇଟ୍‌ ଗସ୍ତ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଆଜି ରାଜଭବନ ଯାଇ ଏ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଭୁବନେଶ୍ୱରରୁ ସିର୍‌ସା ଗସ୍ତ ପାଇଁ ଚାଟାର୍ଡ ଫ୍ଲାଇଟ୍‌ ବ୍ୟବହାର ସଂପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ପ୍ରଶାସନ ବିଭାଗରୁ ଯେଉଁ ଚିଠି ଲେଖାଯାଇଛି, ସେ ବିଷୟରେ ମୁଖ୍ୟ ସଚିବ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏଭଳି ଚିଠି ପ୍ରେରଣ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜ୍ୟପାଳଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe