ଓଡିଶା ସିଭିଲ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ମେ' ମାସର ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ

ଅନ୍‌ଲାଇନ୍‌ରେ ୟୁଜି ଓ ପିଜି ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗର ଗାଇଡ୍‌ଲାଇନ୍‌

Image Courtesy of India TV News

କଟକ : ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପ୍ରିଲିମିନାରୀ ଲିଖିତ ପରୀକ୍ଷା, ୨୦୨୦ ସ୍ଥଗିତ ରଖାଯାଇଛି। କରେନା ସଂକ୍ରମଣ ସ୍ଥିତିକୁ ନେଇ ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍ ଡାଉନ ସଂପର୍କିତ ରାଜ୍ୟ ସରକାର‌ଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ଓସିଏସ୍ ପ୍ରିଲିିମିନାରୀ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଦର୍ଶାଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଲିମିନାରୀ ପରୀକ୍ଷା ପାଇଁ ସାନି ତାରିଖ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ମାଧ୍ୟମରେ ଓପିଏସସି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।

ମେ' ମାସର ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ
ଭୁବ‌ନେଶ୍ବର : କୋଭିଡ୍‌-୧୯ର ଦ୍ବିତୀୟ ଲହରିକୁ ଆଖିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମେ' ମାସରେ ହେବାକୁ ଥିବା ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଅମିତ ଖାରେ ଅନୁରୋଧ କରିଛନ୍ତି ‌ଯେ ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖ। ତେବେ ଅନ୍‌ଲାଇନ୍‌ ପରୀକ୍ଷା ପୂର୍ବଭଳି ଜାରି ରହିବ। ଜୁନ୍‌ ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତିର ପୁନଃ ସମୀକ୍ଷା କରାଯିବ। ଯଦି କୌଣସି ଶିକ୍ଷାନୁଷ୍ଠାରେ କେହି କୌଣସି ପ୍ରକାର ସହାୟତା ଆବଶ୍ୟକତା କରୁଥାନ୍ତି ତେବେ ତାଙ୍କୁ ବିନା ବିଳମ୍ବରେ ଯଥାସମ୍ଭବ ସହାୟତା ଯୋଗାଇ ଦିଅ। ଫଳରେ ସେ କୌଣସି ପ୍ରକାର ଚାପରୁ ମୁକ୍ତ ରହିବେ। ସମସ୍ତ ଶିକ୍ଷାନୁଷ୍ଠାନ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ନି‌ମନ୍ତେ ଉତ୍ସାହିତ କରିବେ ଏବଂ ନିରାପଦ ରହିବା ଲାଗି କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନକୁ ସୁନିଶ୍ଚିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe