‌ପୋପ୍‌ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ଉପହାର ଦେଲେ

Advertisment
‌ପୋପ୍‌ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ଉପହାର ଦେଲେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭାଟିକାନ୍‌ରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଖୁସି ଜାହିର୍ କରିବା ସହ ସାକ୍ଷାତ ପାଇଁ ପୋପ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୋପ୍‌ଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ ମଧ୍ୟ କାମନା କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଓଡ଼ିଶା ବାସୀଙ୍କ ତରଫରୁ ପୋପ୍‌ଙ୍କୁ ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି। ଯାହା ଜୀବନର ବୃକ୍ଷକୁ ଚିତ୍ରଣ କରିଛି। ଏହି ଅବସରରେ ଭାଟିକାନ୍‌ରେ ଅବସ୍ଥାପିତ ଥିବା ବହୁ ଭାରତୀୟ ପ୍ରିଷ୍ଟ ଏବଂ ସିଷ୍ଟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଖୁସି ଜାହିର୍ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe