ଓଡ଼ିଶା କୋଅପରେଟିଭ୍ ହାଉସିଂ ସୋସାଇଟି ବିବାଦ: ସ୍ଥିତାବାସ୍ଥା ଜାରି; କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ

Advertisment
ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

Odisha Sun Times

କଟକ : ଓଡ଼ିଶା କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡ ନିର୍ବାଚିତ ପରିଚାଳନା କମିଟି (କମିଟି ଅଫ୍ ମ୍ୟାନେଜମେଣ୍ଟ)ର ନିଲମ୍ବନ ଆଦେଶକୁ ଚାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ସ୍ଥିତାବାସ୍ଥା ବଜାୟ ରଖିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀ ତଥା କମିଟି ସଦସ୍ୟଙ୍କ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଙ୍କୁଶ ଜାରି କରାଯାଇଛି। ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଓ ଓଡ଼ିଶା କୋ-ଅପରେଟିଭ୍ ହାଉସିଂ ସୋସାଇଟିକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କମିଟି ସଦସ୍ୟ ଏସ.ସାହୁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ସୋସାଇଟିରେ ଅନିୟମିତତା ଅଭିଯୋଗ ଆସିବା ପରେ କୋଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର ନଭେମ୍ବର ୨୫ରେ ନିର୍ବାଚିତ ପରିଚାଳନା କମିଟିକୁ ନିଲମ୍ବନ ପାଇଁ ଆଦେଶ ଦେଇଥିଲେ। ସୋସାଇଟିର ପରିଚାଳନାରେ ଅନିୟମିତା ଅଭିଯୋଗ ନେଇ କେତେକ ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଏଥିରେ କେତେକ କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ନିର୍ବାଚିତ ପରିଚାଳନା କମିଟିକୁ ନିଲମ୍ବିତ କରାଯିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe