ଲୁଚାଛପାରେ ପୁଲିସ ପରୀକ୍ଷା! ଆଜି ପରୀକ୍ଷା, ୨ ଦିନ ପୂର୍ବରୁ ମୋବାଇଲକୁ ଆସିଛି ସୂଚନା

Advertisment
୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌; ଅଗଷ୍ଟ ୧୫ରେ ଦିଆଯିବ ପଦକ

କଟକ : ପୁଲିସ ଚାକିରି ପାଇଁ ଆଶା ବାନ୍ଧି ବସିଥିବା ଯୁବକଯୁବତୀ ଏବେ ଚିନ୍ତାରେ। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୯ ତାରିଖରେ ରାଜ୍ୟର ଯୁଗ୍ମ ପୁଲିସ ସେବା(ଓସିପିସି)-୨୦୧୭ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ସେମାନଙ୍କୁ ‌ଏ ସଂପର୍କିତ ସୂଚନା ମିଳିଛି ମୋବାଇଲ୍ ଫୋନ୍ ଏସ୍ଏମଏସ୍ ଜରିଆରେ ମାତ୍ର କିଛି ଦିନ ପୂର୍ବରୁ। ଅଭିଯୋଗ କରିଥିବା ଅନେକ ଯୁବକଯୁବତୀ ଦୁଇ ଦିନ ପୂର୍ବରୁ ଏସ୍‌ଏମଏସ୍ ପାଇଥିବାର ପ୍ରମାଣ ବି ଦେଇଛନ୍ତି। ସେଥିରେ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଭଳି ସ୍ଥିତିରେ ଅନେକ ଆଶାୟୀ ପରୀକ୍ଷା ଦେଇ ନ ପାରିବା ଆଶଙ୍କା କରାଯାଉଥିବା ବେଳେ ଯୁବକଯୁବତୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର ସୁଯୋଗ ବି ପାଇ ନାହାନ୍ତି। କେଉଁ ଉଦ୍ଦେଶ୍ୟ ରଖି ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ରାଜ୍ୟ ଷ୍ଟାଫ୍ ସିଲେକ୍ସନ ଏଭଳି ତରବରିଆ ଆଉ ଗୋପନୀୟ ନିଷ୍ପତ୍ତି ନେଇଛି ତାହାକୁ ନେଇ ଏବେ ପରୀକ୍ଷା ପାଇଁ ଆବେଦନ କରିଥିବା ହଜାର ହଜାର ଯୁବକଯୁବତୀ ପ୍ରଶ୍ନ କରୁଛନ୍ତି।

ସୂଚନା ଅନୁଯାୟୀ ଏହି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ୨୦୧୭ ଡିସେମ୍ବର ୨୭ ତାରିଖରେ।‌ ମୋଟ ୧୮୪ଟି ପୁଲିସ ଏସଆଇ, ୨୦ଟି ଏସଆଇ (ଆର୍ମଡ), ୧୦ଟି ଅଗ୍ନିଶମ ଷ୍ଟେସନ ଅଫିସର ଓ ୪ଟି ଆସିଷ୍ଟାଣ୍ଟ ଜେଲର, ଏଭଳି ମୋଟ ୨୧୮ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରିଲିମିନାରି, ଫିଜିକାଲ, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର, ଏଭଳି ୪ଟି ପର୍ଯ୍ୟାୟରେ ନିଯୁକ୍ତିର ଚୟନ ପ୍ରକ୍ରିୟା ଥିବା ବେଳେ ଷ୍ଟାଫ ସିଲେକ୍ସନ ୱେବସାଇଟରେ ପରୀକ୍ଷା ସଂପର୍କିତ ସୂଚନା ଠିକ ସମୟରେ ଜଣାଇ ଦିଆଯିବ ବୋଲି ମୂଳ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ବିଜ୍ଞପ୍ତି ପ୍ରକାଶନର ଦୁଇ ବର୍ଷ ପରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ୱେବସାଇଟରେ କୌଣସି ସୂଚନା ନଥାଇ ମୋବାଇଲ୍ ଫୋନ୍ ଏସଏମଏସ୍ ଜରିଆରେ ପରୀକ୍ଷାର ମାତ୍ର କିଛି ଦିନ ପୂର୍ବରୁ ଏଭଳି ସୂଚନା ଦିଆଯିବାର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ଅନ୍ୟପଟେ ୨୦୧୬ର ଏହି ପରୀକ୍ଷା ଏଯାଏ ସଂପୂର୍ଣ୍ଣ ହୋଇ ନଥିବା‌ ବେଳେ ଗଲା ୨୧ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ୱେବସାଇଟରେ ସୂଚନା ଜାରି କରାଯାଇଛି। ୨୦୧୬ ବର୍ଷର ମୁଖ୍ୟ ଲିଖିତ ପରୀକ୍ଷା ୨୦୨୦ ଜାନୁଆରି ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଅର୍ଥାତ ପରୀକ୍ଷା ପାଇଁ ରହିଛି ଆଉ ମାତ୍ର ୧୪ ଦିନ। ସେହିଭଳି ୨୦୧୯ ବର୍ଷର ୬୦ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ଗଲା ୨୪ ତାରିଖ ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ କେବେ ଆବେଦନ କରାଯିବ, ସେ ସଂପର୍କିତ ସୂଚନା ପରବର୍ତ୍ତୀ ସମୟରେ ୱେବସାଇଟରେ ଜାରି କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଅର୍ଥାତ ଯଦି କେହି ୱେବସାଇଟ୍ ଠିକ ସମୟରେ ଦେଖି ନ ପାରନ୍ତି ତେବେ ଆବେଦନ ପ୍ରକ୍ରିୟାରୁ ବି ବଂଚିତ ହେବାର ଆଶଙ୍କା ରହିଛି।

ପୁଲିସ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ ପାଇଁ ହେଉଥିବା ଏହି ପରୀକ୍ଷା ସଂପର୍କିତ ସୂଚନା ଏଭଳି ଗୋପନୀୟ ଭାବେ ଆଉ ଶେଷ ମୁହୂର୍ତ୍ତରେ ଜାରି ପରୋକ୍ଷରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରକ୍ରିୟାରୁ ବଂଚିତ କରିବା ଉଦ୍ଦେଶ୍ୟ ନେଇ ହେଉଥିବା ଅଭିଯୋଗ ହେଉଛି। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାକିରି ଆଶାୟୀଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe