ଭଦ୍ରକ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

Advertisment
ଭଦ୍ରକ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

english.sakshi.com

ଭୁବନେଶ୍ବର : ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ସହିତ ହତ୍ୟା ଉଦ୍ୟମ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସମ୍ବେଦନଶୀଳ ବୋଲି ଓଡିଶା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏ ନେଇ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି।

ଏକ ପ୍ରେସ୍ ବିବୃତିରେ ପିସିସି ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୃହ ବିଭାଗର ଦାୟିତ୍ୱରେ ରହିଛନ୍ତି। ୧୯ ବର୍ଷ ଶାସନ ଭିତରେ ବେବିନା ଠାରୁ ଇତିଶ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀମାନଙ୍କୁ ଦଣ୍ଡ ମିଳି ନଥିବା ବେଳେ ଗତକାଲିର ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ୧୪-୧୫ ବର୍ଷର ଆଦିବାସୀ ବାଳିକାକୁ କିଛି ଦୁବୃର୍ତ ଗଣଦୁର୍ଷ୍କମ କରାଯିବା ପରେ ତା’ର ମୁଣ୍ଡ, ଛାତି, ମୁହଁ ଓ ଆଣ୍ଠୁକୁ ପଥରରେ ଛେଚା ଯାଇଛି ବୋଲି ସେ କହିଛନ୍ତିି। ରାଜ୍ୟର ପ୍ରଶାସନ ସଂପୂର୍ଣ୍ଣ ଭାବରେ ଭୁଶୁଡି ପଡିଥିବା ଅଭିଯୋଗ କରି ରାଜ୍ୟର ପୁଲିସକୁ ଅପରାଧୀମାନେ ଆଉ ଖାତିର କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ପୁଲିସ ବିଭାଗ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ନିୟନ୍ତ୍ରଣ ଥିଲା ଭଳି ଜଣାପଡୁ ନାହିଁ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍ ବୋଲି ଡଃ ଜ୍ଞାନେନ୍ଦ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe