ଚାଷ ଓ ଚାଷୀ ସମସ୍ୟା ନେଇ ସରକାରଙ୍କୁ କୈଫିୟତ ମାଗିଲା କ˚ଗ୍ରେସ

Advertisment
ଚାଷ ଓ ଚାଷୀ ସମସ୍ୟା ନେଇ ସରକାରଙ୍କୁ କୈଫିୟତ ମାଗିଲା କ˚ଗ୍ରେସ

ଭୁବନେଶ୍ବର : ଗତ ୧୮ ବର୍ଷ ଧରି ବିଜେଡ଼ି ସରକାରଙ୍କ ଅପାରଗତା ଓ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁଁ ସମଗ୍ର ରାଜ୍ୟରେ ଚାଷ ବିପର୍ଯ୍ୟସ୍ତ ଓ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ। ଏହି ସରକାର ସମୟରେ ଫସଲ ହାନି, ଅଭାବୀ ବିକ୍ରି ଓ ଋଣଭାରରେ ୮ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ କରିଛି ପ୍ରଦେଶ କ˚ଗ୍ରେସ କମିଟି କୃଷକ ସେଲ୍‌।

ଆଜି ଏକ ପ୍ରେସ୍‌ ବିବୃତିରେ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଏହି ସରକାର କୃଷିର ବିକାଶ ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥାକୁ ବଳି ଦେଇଛନ୍ତି। ଶସ୍ତା ଲୋକପ୍ରିୟତା ପାଇଁ ଯୋତା, ଛତା, କମ୍ବଳ, ମୋବାଇଲ୍‌ ବଣ୍ଟନ କରି କୃଷି ବିକାଶର ଚିତ୍ର ଦେଖାଇବା ସହିତ କୃଷି କର୍ମଣ ପୁରସ୍କାର ପାଇଁ ବାହାସ୍ଫୋଟ ମାରୁଛନ୍ତି। ସରକାରଙ୍କ ଚାଷୀଙ୍କ ପାଇଁ କୃଷକ କମିସନ, କୃଷି କ୍ୟାବିନେଟ, ସ୍ବତନ୍ତ୍ର କୃଷିନୀତି, ସ୍ବତନ୍ତ୍ର କୃଷି ପ୍ୟାକେଜ ଓ ଆଳୁ ମିଶନ, ଭାଗଚାଷୀ ଆଇନ, ମାଗଣା ବିଜୁଳି ଯୋଗାଣ ପ୍ରଭୃତି ଯୋଜନା ଓ ଘୋଷଣା କୁଆଡେ଼ ଗଲା ବୋଲି ସେ ପଚାରିଛନ୍ତି। ଏହି ସରକାରଙ୍କ ଶାସନରେ ୧୦ ଲକ୍ଷ ହେକ୍ଟର ଚାଷ ଜମି ହ୍ରାସ ପାଇଥିବା ବେଳେ ସମସ୍ତ ବ୍ଳକକୁ ୩୫ ପ୍ରତିଶତ ଜଳସେଚନ ବୃଦ୍ଧି ପାଇବା ପରିବର୍ତେ ୨୫ ପ୍ରତିଶତ ଜଳସେଚନ ହୋଇଛି। ଆଗାମୀ ଦିନରେ ବିଭିନ୍ନ କୃଷକ ସ˚ଗଠନ, କୃଷି ବିଶେଷଜ୍ଞ ଓ ଚାଷୀ ନେତାମାନଙ୍କୁ ନେଇ ସରକାର ମନ୍ତ୍ରିସ୍ତରୀୟ ବୈଠକର ଆୟୋଜନ କରିଛନ୍ତି। ଏହା କେବଳ ଧର୍ମକୁ ଆଖିଠାର ଓ ଚଞ୍ଚକତା। ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ ଥାଏ, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା, ପ୍ରତି ଧାନ କ୍ବିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ୍‌ ଆଦି ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe