ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ ମିଶ୍ର

Advertisment
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ ମିଶ୍ର

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି  କିମ୍ବା ସମର୍ଥନ କରିବନି ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର। ତେବେ ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ ସେ ଯଦି ଆର ଏସ ଏସ କିମ୍ବା ବିଜେପି ଚିନ୍ତା ଧାରାର ଲୋକ ହୋଇଥିଲେ ତାକୁ କଂଗ୍ରେସ କେବେ ସମର୍ଥନ ଦେବ ନାହିଁ।

ସେ ଆହୁରି କହିଛନ୍ତି, ଯଦିଓ ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଜନୀତିଜ୍ଞ ଓ ଭଲ ବ୍ୟକ୍ତି ବିଶେଷ ଅଟନ୍ତି, କିନ୍ତୁ ସେ ବିଜେପି ଚିନ୍ତାଧାରା ପରିପୋଷଣ କରନ୍ତି। ତେଣୁ କଂଗ୍ରେସ ତାଙ୍କୁ କେବେ ସମର୍ଥନ ଦେବ ନାହିଁ । ସେହିପରି ଏହି ଚିନ୍ତାଧାରାର ଲୋକେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ ଏବଂ ସେଭଳିଆ ଲୋକଙ୍କୁ ଏମାନେ କେବେ ସମର୍ଥନ ଦେବେ ନାହିଁ ବୋଲି କହିଛନ୍ତି। ସମାନ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କେବଳ ଆଖି ଦେଖାଣିଆ ହୋଇଥିବା ବେଳେ ବିଜେଡି ଓ ବିଜେପି ଏକ ଅଟନ୍ତି ବୋଲି ସେ କହିଛନ୍ତି। ଯାହା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀରେ ମୋଦୀଙ୍କୁ ଭେଟି ସଲାସୁତୁରା କରି ସାରିଥିବାର ସେ ଅଭିଯୋଗ ଆଣିଛନ୍ତି। ଏହାଛଡ଼ା କଂଗ୍ରେସ ଦଳ ନିଜର ପାର୍ଥୀ ମଧ୍ୟ ଦେଇଛି ଏବଂ ଦଳ ତାଙ୍କୁ ହିଁ ସମର୍ଥନ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe