ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ଧାରଣା ୮ମ ଦିନରେ

Advertisment
ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ଧାରଣା ୮ମ ଦିନରେ

ଭୁବନେଶ୍ୱର : ପୌର ଅସ୍ଥାୟୀ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ଚାଲିଥିବା ଧାରଣା ୮ଦିନରେ ପହଞ୍ଚିଛି। ୨୦ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସରକାର ଅଣଦେଖା କରାଯିବାକୁ ନେଇ ଧାରଣାକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସଂଘର କହିବାନୁଯାୟୀ, ୧୯୯୯ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପୌରସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦେଶନାମା ଜାରି କରିଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ ଭାବେ କାର୍ଯ୍ୟ କରିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମାପଦଣ୍ଡ ନିର୍ଦ୍ଧାରଣ କରିଥିଲେ। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଅନେକ କର୍ମଚାରୀ ବିନା ଚାକିରି ସ୍ଥାୟିତ୍ୱରେ ପ୍ରାଣ ହରାଇ ସାରିଲେଣି। ଅନେକ ଅବସର ଗ୍ରହଣ କରିଛନ୍ତି। ମାତ୍ର ସଂଘର ଦାବିକୁ ସରକାର ଅଣଦେଖା କରି ଚାଲିଛନ୍ତି। ଯଦି ସରକାର ଆମର ଦାବି ତୁରନ୍ତ ପୂରଣ ନ କରନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଗାମୀ ଦିନରେ ଠିକା କର୍ମଚାରୀ ଓ ଓ୍ଵାର୍କ ଚାର୍ଜଡ କର୍ମଚାରୀମାନେ ଏଥିରେ ସାମିଲ ହେବେ ବୋଲି ଠିକା କର୍ମଚାରୀ ମହାସଂଘର ସଭାପତି ଅମର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe