ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ଏବଂ ପଜିଟିଭ୍ ହାର କମିଛି | ଗତ ୧୦ ଦିନ ମଧ୍ୟରେ, ଦୈନିକ କୋଭିଡ୍ ପଜିଟିଭ୍ ଚିହ୍ନଟ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଏହା ଆଗକୁ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି |
ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ହାର ବିଗତ ୧୦ ଦିନରେ ହାରାହାରି ୮.୫୩% ରୁ ୬.୪୩% କୁ ଖସି ଆସିଛି | ସେହିଭଳି ଦୈନିକ ସଂକ୍ରମଣ ମାମଲା (୧୦ଦିନର ହାରାହାରି) ୪,୪୧୨ରୁ ୨, ୮୩୩କୁ ହ୍ରାସ ପାଇଛି | ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଭଳି ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ମାମଲା ଯଥେଷ୍ଟ ହ୍ରାସ ପାଇଥିବା ଜଣାଯାଇଛି।
image source--long island pressସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କେବଳ ସେତିକି ନୁହେଁ, ଦେଶରେ ମୃତ୍ୟୁହାର ବି ହ୍ରାସ ପାଇଥିବା ସୂଚନା ରହିଛି। ସେପ୍ଟେମ୍ବରରେ ଲଗାତର କିଛି ଦିନ ଧରି ଦିନକୁ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଦେଶବାସୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିଲା, ମାତ୍ର ଏବେ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି। ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଛି କରୋନ ସଂକ୍ରମଣ।
Follow Us