ପ୍ରମାଣ ସହ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

Advertisment

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା: ସତ୍ୟପାଠ ଦାଖଲ

କଟକ : ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ଘଟଣାରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି। ଯେଉଁ ଖେଳାଳିମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ସେମାନଙ୍କ ଜାଲିଆତି ସମ୍ପର୍କରେ ସବିଶେଷ ପ୍ରମାଣ ସହ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ ନାୟକଙ୍କ ପୁଅ ଶୁଭମ୍‌ ନାୟକଙ୍କ ବୟସରେ ହେର୍‌ଫେର୍‌ କରାଯାଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଜନ୍ମ ପ୍ରମାଣପତ୍ର ଓ ବିସିସିଆଇରେ ଦାଖଲ ହୋଇଥିବା ଜନ୍ମ ତାରିଖ ମଧ୍ୟରେ ଫରକ ଆସୁଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣା ସହିତ ଅନ୍ୟ ଖେଳାଳିମାନଙ୍କ ବିଷୟରେ ମଧ୍ୟ ପ୍ରମାଣ ଦାଖଲ କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌ ଓ ଡକ୍ଟର ଜଷ୍ଟିସ୍‌ ବି.ଆର୍‌. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ କ୍ରିକେଟ ଦଳର ବିଭିନ୍ନ ବୟସ ବର୍ଗରେ ବୟସାଧିକ ଖେଳାଳିମାନଙ୍କୁ ଖେଳାଯାଉଥିବା ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ସେଥିରେ ୧୪ଜଣ ସରକାରୀ ଅଧିକାରୀଙ୍କ ସମେତ ୨୬ଜଣ ଖେଳାଳିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାକୁ ବରିଷ୍ଠ ଆଇନ୍‌ଜୀବୀ ଅଶୋକ ମହାପାତ୍ର ଓ ଆଇନ୍‌ଜୀବୀ ସୂର୍ଯ୍ୟପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe