ଦୁବାଇରେ ପାଳନ ହେଲା ‘ଓଡ଼ିଶା ଦିବସ’

Advertisment
ଦୁବାଇରେ ପାଳନ ହେଲା ‘ଓଡ଼ିଶା ଦିବସ’

ଭୁବନେଶ୍ବର: ଭୁବନେଶ୍ବର-ଦୁବାଇ ସିଧାସଳଖ ବିମାନ ଚଳାଚଳ କରିବା ପରିପ୍ରେକ୍ଷୀରେ ଆଜି ଦୁବାଇଠାରେ ‘ଓଡ଼ିଶା ଦିବସ’ ଅନୁଷ୍ଠିତ ହୋଇଛି। ହୋଟେଲ ଲି ମେରିଡିଆନ୍‌ରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିମାନ ଚଳାଚଳ ଘୋଷଣାର ଭିଡିଓ ଏବଂ ଲୋକମାନେ ବିମାନରେ ଚଢ଼ିବା ସମୟର ଭିଡିଓ ପ୍ରଦର୍ଶନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଦୁବାଇରେ ଅବସ୍ଥାପିତ ଭାରତୀୟ କନସୁଲେଟ୍‌ ଜେନେରାଲ ଅମନ ପୁରୀ କହିଥିଲେ, ଦୁବାଇ-ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବା ପରେ ଓଡ଼ିଶାକୁ ବିଶ୍ବ ସହିତ ଯୋଡ଼ିବାର ସୁଯୋଗ ମିଳିବ। ୟୁଏଇ ଓ ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡ଼ିଆ ତଥା ଭାରତୀୟମାନେ ଏହାର ସୁବିଧା ନେଇପାରିବେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଉନ୍ନୟନ କମିସନର ଅନୁ ଗର୍ଗ ବକ୍ତବ୍ୟ ରଖିଥିଲେ।

୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ, ବ୍ୟବସାୟ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନେ ଓଡ଼ିଶାରେ ବିକାଶରେ ଭାଗିଦାରୀରେ ସାମିଲ୍ ହେବା ଲାଗି ଆହ୍ବାନ କରିଥିଲେ। ଓଡ଼ିଶା ପରିବାରର ନିର୍ଦେଶକ ଦିଲ୍ଲୀପ ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର୍ଯ୍ୟଟନ ନିର୍ଦେଶକ ସଚିନ ଆର. ଯାଦବ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାର ଲୋକ ସାମିଲ ହୋଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗତକାଲି ଦୁବାଇରେ ପହଞ୍ଚିଥିବା ପ୍ରତିନିଧିମାନେ ଦୁବାଇରେ ଥିବା ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ। ଓଡ଼ିଶାରେ କିଭଳି ପର୍ଯ୍ୟଟନ ଅଭିଜ୍ଞତାରେ ବୃଦ୍ଧି ହେବ ତାହା ସଂପର୍କରେ ପ୍ରତିନିଧିମାନେ ଏକ ରିପୋର୍ଟ ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe