ଭୁବନେଶ୍ଵର: ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି। ଏହା ଆମ ସମୃଦ୍ଧ ଐତିହ୍ୟର ପରିଚୟ ଏବଂ ଆମ ଅସ୍ମିତାର ନିଦର୍ଶନ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳାର ଶୁଭ ଉଦଘାଟନ କରି ସେ ମଧ୍ୟ କହିଛନ୍ତି ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ଏହି ମେଳାର ପ୍ରମୁଖ ଲକ୍ଷ୍ୟ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ  ଯୋଗ ଦେଇ କହିଥିଲେ ବୁଣାକାର ଓ କାରିଗରଙ୍କ ପାଇଁ ଓଡିଆ ଜାତି ଗର୍ବିତ। ଆମ ବୁଣାକାର ବନ୍ଧୁମାନେ ବୟନ ଅସ୍ମିତାର ସମର୍ଥ ସାରଥି ସାଜିଥିବା ବେଳେ ହସ୍ତଶିଳ୍ପୀ କାରିଗରମାନେ  ଉତ୍କୃଷ୍ଟ କଳାର ବାର୍ତ୍ତାବହ ସାଜିଛନ୍ତି। ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ଆମ ସରକାର ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ଏହି ଅବସରରେ ୧୨ ଜଣ ହସ୍ତଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହିତ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ଵର ଓ ଆଇଆଇପି-ମୁମ୍ବାଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା। ସେହିପରି ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଆଇସିଏଆର୍-ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନାଚୁରାଲ୍ ଫାଇବର୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଓୟୁଟିଆର୍, ଭୁବନେଶ୍ଵର ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା। 

ଆହୁରି ପଢ଼ନ୍ତୁ: ଅନ୍ୟମାନଙ୍କୁ ସେବା କରିବାରେ ପ୍ରକୃତ ମହାନତା ନିହିତ: ରାଜ୍ୟପାଳ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶକ ଡକ୍ଟର ନିବେଦିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ସ୍ୱାବଲମ୍ବୀ ଅଭିଯାନର କ୍ଷେତ୍ରୀୟ ସଂଯୋଜକ ପ୍ରମୁଖ ସାରଦା ଶତପଥି, ପ୍ରସିଦ୍ଧ ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଶରତ କୁମାର ପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Murder Case: ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣାରେ ୨୦ ଜଣ କୋର୍ଟ ଚାଲାଣ

ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ଏହି ମେଳା ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତବର୍ଷ ୯୦୫ ଗୋଟି ଷ୍ଟଲ ଖୋଲିଥିବା ବେଳେ ୨୦ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି।