ଅକ୍ଟୋବର ୨ରୁ ସରକାରୀ ଡାକ୍ତରଙ୍କ ଘଣ୍ଟିକିଆ ଶାନ୍ତିପୂର୍ଣ୍ଣ ଧାରଣା

Advertisment
ଅକ୍ଟୋବର ୨ରୁ ସରକାରୀ ଡାକ୍ତରଙ୍କ ଘଣ୍ଟିକିଆ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟିକିଆ ଧାରଣା ଦେବେ। ଓଡ଼ିଶା ମେଡିକାଲ୍‌ ଓ ସ୍ବାସ୍ଥ୍ୟ ସେବା କ୍ୟାଡର ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ହାରରେ ଡିଏସିପି (ଡାଇନାମିକ୍‌ ଆସ୍ୟୋର୍‌ଡ ‌କ୍ୟାରିୟର ପ୍ରୋଗ୍ରେସନ୍‌) ପ୍ରଦାନ, ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଡାକ୍ତରଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା, ଠିକା ଓ ଅସ୍ଥାୟୀ ଡାକ୍ତରଙ୍କୁ ସ୍ଥାୟୀ କରିବା, ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଛୁଟି ଦିନ ଉପଭୋଗ କରିବାର ସୁବିଧା ଦେବା ଦାବିରେ ମେଡିକାଲ୍‌ ସର୍ଭିସ୍‌ ଆସୋସିଏସନ୍‌ (ଓମ୍‌ସା) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଆଜି ଓମ୍‌ସା ପକ୍ଷରୁ ଆଇଏମ୍‌ଏ ହାଉସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ। ଏହି ଘଣ୍ଟିକିଆ ଧାରଣା ସମୟରେ ଜୁରୁରିକାଳୀନ ‌ସ୍ବାସ୍ଥ୍ୟ ସମସ୍ୟା ବ୍ୟାହାତ ହେବ। ଏଥିସହ ଡାକ୍ତରମାନେ ୨୮ ଅ‌କ୍ଟୋବରରୁ ସରକାରୀ ଛୁଟି ନେବେ ବୋଲି ଓମ୍‌ସାର ରାଜ୍ୟ ସଭାପତି ଡାକ୍ତର ଏନ୍‌.କେ ଭଟ୍ଟ କହିଛନ୍ତି। ଏହା ପୂର୍ବରୁ ଡାକ୍ତର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆଇଏମ୍‌ଏର ରାଜ୍ୟ ସଭାପତି ଡାକ୍ତର ସନ୍ତୋଷ କୁମାର ମିଶ୍ର, ଡାକ୍ତର ସୁନାମାଳି ବାଗ, ଡାକ୍ତର ହରପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବୈଠକରେ ବକ୍ତବ୍ୟ ରଖିଥିଲେ। ପରେ ଓମ୍‌ସାର ସଦସ୍ୟଙ୍କୁ ନେଇ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଶାନ୍ତିପୂର୍ଣ୍ଣ ବନ୍ଦ ହେବା ନେଇ ସ୍ଥିର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe