କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଅର୍ଥନୀତି ସମ୍ମିଳନୀ

Advertisment
କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଅର୍ଥନୀତି ସମ୍ମିଳନୀ

ଭବାନୀପାଟଣା: ୫୫ତମ ଓଡିଶା ଅର୍ଥନୀତି ସମ୍ମିଳନୀ ଓ ଅନ୍ତର୍ଦେଶୀୟ ସଂପାନ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଅର୍ଥନୀତି ସଂଘର କାର୍ଯକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନର ଅର୍ଥନୀତି ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନର ଅଧିବେଶନରେ ସଂଘର ସଭାପତି ପ୍ରଫେସର କେଶବ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ମିତାଲି ଚିନାରା, ପ୍ରଫେସର ଉଦୟନାଥ ମିଶ୍ର,  ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲୋକ ମିଶ୍ର, ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବଦ୍ରି ଏନ୍‌. ନାଥ ପ୍ରମୁଖ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ସମ୍ମିଳନୀର ପ୍ରଥମ ଦିବସରେ ମୁଖ୍ୟଅତିଥି ପଦ୍ମଶ୍ରୀ ପଟାୟତ ସାହୁ, କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ପୂର୍ବତନ ମୁଖ୍ୟ ସଚିବ ଡ. ଯୁଗଳ କିଶୋର ମହାପାତ୍ର , କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ ଓ ବିତ୍ତ ନିୟନ୍ତ୍ରକ ସୁରେଶ ପିଡ଼ିଶିକା ଯୋଗ ଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରଫେସର କେଶବ ଦାସ ସଭାପତିତ୍ବ କରିଥିଲେ। ସଂଘର ସମ୍ପାଦକ ଡ. ଅମରେନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।

ଡ. ଚିତ୍ରସେନ ଭୁଏ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସୋଭେନିଅର, ନିଉଜ୍ ଲେଟର ଓ ଓଡ଼ିଶା ଇକୋନୋମିକ ଜର୍ଣାଲ ଉନ୍ମୋଚିତ ହୋଇଥିଲା। ଡ. ଶେଷଦେବ ସୁନା ଧନ୍ୟବାଦ ପ୍ରଦାନ କରିଥିଲେ। ଜେଏନୟୁର ପ୍ରଫେସର ଅମିତାଭ କୁଣ୍ଡୁ ଲାଇଭଲିହୁଡ ଓ ମାଇଗ୍ରେସନ ଉପରେ ମୁଖ୍ୟ ଅଭିଭାଷଣ ରଖିଥିଲେ। ସମ୍ମିଳନୀର ଦ୍ବିତୀୟ ଦିନରେ ରିଜର୍ଭ ବ୍ୟାଙ୍କ୍ର ଅଧିକାରୀମାନେ ଷ୍ଟେଟ ଫାଇନାନ୍ସ ଉପରେ ଆଲୋଚନା କରିଥିଲେ। ଅବିଭକ୍ତ କଳାହାଣ୍ଡିର ପ୍ରଗତିରେ ବାଧକ ବିଷୟ ଉପରେ ପାନେଲ ଆଲୋଚନା କରିଥିଲେ। ଏଥିରେ ପ୍ରଫେସର ମନୋଜ ପଣ୍ଡା, ଡ. ତ୍ରିଭୁବନ ପଣ୍ଡା, ପ୍ରଫେସର ଶ୍ରୀକାନ୍ତ ଚାଟାର୍ଜୀ, ଡ. ସୀମାଞ୍ଚଳ ମିଶ୍ର ଓ ପୂର୍ବତନ ମୁଖ୍ୟ ସଚିବ ଡ. ଯୁଗଳ କିଶୋର ମହାପାତ୍ର ଯୋଗ ଦେଇ କଳାହାଣ୍ଡିର ବିକାଶ ସଂପର୍କରେ ମତପୋଷଣ କରିଥିଲେ।

ସର୍ବମୋଟ ୫୪ଟି ପେପରରୁ ୪୧ଟି ପେପର ଆଲୋଚିତ ହୋଇଥିଲା। ପ୍ରଫେସର ବୈଦ୍ୟନାଥ ମିଶ୍ର ଶ୍ରେଷ୍ଠ ସେମିନାର ପେପର ଭାବରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମନୀଷା ଗୁପ୍ତା, ପ୍ରଫେସର ପ୍ରଶାନ୍ତ ପଟ୍ଟନାୟକ ବେଷ୍ଟ୍ ପେପର ପୁରସ୍କାର ଲକ୍ଷ୍ମୀକାନ୍ତ ଗୁଆଲ୍‌ଙ୍କୁ ମାନପତ୍ର ଓ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଦୁଇ ଜଣ ପିଜି ଛାତ୍ରୀଙ୍କୁ ବେଷ୍ଟ ପୋଷ୍ଟର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ବାବଦକୁ ୩ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ କୁଳପତି ସଞ୍ଜୟ କୁମାର ଶତପଥୀ ସଂଘର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ସମ୍ପାଦକ ଡ. ଅମରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe