ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ୨୩ରୁ

ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ୨୩ରୁ

Twitter

ପିପିଲି : ପୁରୀ ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ। ୨୭ ତାରିଖରେ ଠାକୁର ମେଳଣ କରାଯାଇ ପଞ୍ଚୁଦୋଳ ମେଳଣ ଉତ୍ସବ ସମାପନ ହେବ। ପୂର୍ବ ନୀତିବିଧି ଓ ପରମ୍ପରା ଅନୁସାରେ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ୨୩ ତାରିଖ ମଧ୍ୟରାତ୍ରରେ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରରୁ ବାହାରି ଲକ୍ଷାଧିକ ଭକ୍ତଙ୍କ ଗହଣରେ ମେଳଣ ପଡ଼ିଆକୁ ବିଜେ କରିଥାନ୍ତି। ସୁନ୍ଦର ଆଲୋକସଜ୍ଜା, ଚିତ୍ତାକର୍ଷକ ଆତାସବାଜି ପ୍ରଦର୍ଶନ, ଭଜନ କୀର୍ତ୍ତନ ଘଣ୍ଟଘଣ୍ଟି, ତୁରୀ ଶଙ୍ଖନାଦ, କଳାଘୋଡ଼ା, କଳାକୁଞ୍ଜ ଓ ସଖି ନୃତ୍ୟ ଆଦି ଶୋଭାଯାତ୍ରା ଠାକୁରଙ୍କ ଶେଭାଯାତ୍ରାରେ ଦେଖିବାକୁ ମିଳିଥାଏ।

publive-image YouTube

ଏଠାରେ ବିଭିନ୍ନ ଅତ୍ୟାଧୁନିକ ଆତାସବାଜି ପ୍ରଦର୍ଶନ ଯୋଗୁ ମେଳଣର ସ୍ବତନ୍ତ୍ରତା ନିଆରା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆତାସବାଜି ପ୍ରସ୍ତୁତକାରୀମାନେ ଏଠାରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବାଣ ପ୍ରଦର୍ଶନ କରିଥାନ୍ତି। ମେଳଣକୁ ଅଧିକ ଆକର୍ଷଣୀୟ କରିବାକୁ ମେଳଣ ପରିଚାଳନା କମିଟି ଏବଂ ବିଭିନ୍ନ ଯୁବ ସଙ୍ଗଠନ ସେମାନଙ୍କର ବହୁବିଧ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଜାରି ରଖିଛନ୍ତି। ଉକ୍ତ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣରେ ୭୬ ଦେବ ବିଗ୍ରହ ଦୋଳ ବିମାନ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି। ୨ ୭ତାରିଖ ଗୋଧୂଳି ଲଗ୍ନରେ ବହୁ ପ୍ରତୀକ୍ଷିତ ଠାକୁର ମେଳଣ ତଥା ହରିହର ଭେଟ ଉତ୍ସବ ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ ବେଲି ମେଳଣ କମିଟି ସଂଯୋଜକ ପ୍ରସନ୍ନ କୁମାର ମହାରଥି ସୂଚନା ଦେଇଛନ୍ତି। ଏହିଠାକୁର ମେଳଣ ଉତ୍ସବରେ ୩ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe