ଲକ୍ ଡାଉନ ଯୋଗୁଁ ଗରିବ ହିତାଧିକାରୀଙ୍କୁ ମାଗଣାରେ ରାସନ ଦେବେ ସରକାର : ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି ପରିବାରକୁ ମିଳିବ ଏକ କିଲୋ ଡାଲି

Advertisment
ଲକ୍ ଡାଉନ ଯୋଗୁଁ ଗରିବ ହିତାଧିକାରୀଙ୍କୁ ମାଗଣାରେ ରାସନ ଦେବେ ସରକାର : ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି ପରିବାରକୁ ମିଳିବ ଏକ କିଲୋ ଡାଲି

ଭୁବନେଶ୍ୱର : ଲକ୍ ଡାଉନ ଚାଲିଥିବାରୁ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ରାସନ ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ୩ ମାସ ପାଇଁ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କିଲୋଗ୍ରାମ ହରଡ ଡାଲି ମାଗଣାରେ ବଂଟାଯିବ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ମାଗଣାରେ ଯୋଗାଇ ଦିଆଯିବ।

ତେବେ ଏବେ ଚାଉଳ ବଂଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଅପ୍ରିଲ, ମଇ ଓ ଜୁନ ମାସ ପାଇଁ ଏହି ଚାଉଳ ଓ ଡାଲି ବଂଟନ କରାଯିବ। ଏହି ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ଲକ୍ଷ ୧୬ ହଜାର ୭ ଗୋଟି ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ବିତାଧିକାରୀ ଉପକୃତ ହେବେ।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ଲକ୍ଷ ୨୬ ହଜାର ୩୭୫ଟି ପରିବାରର ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ହିତାଧିକାରୀ ଲାଭ ପାଇବେ। ସେହିପରି ଅନ୍ତୋଦୟ ଅନ୍ନ ଯୋଜନାରେ ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ସାଧାରଣ ବଂଟନ ବ୍ୟବସ୍ଥାରେ ଯୋଗ୍ୟ ରାସନକାର୍ଡଧାରୀଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଇଥିବା ଚାଉଳ ସହ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe