ଭୁବନେଶ୍ବର: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆମ ରାଜ୍ୟ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି  ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ ।  

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ କହିଛନ୍ତି ଅପେରସନ ସିନ୍ଦୂରରେ ସୀମିତ ରହିବନି ଆକ୍ସନ ।  ଆଗକୁ ଆହୁରି ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସରକାର ବଜାର ଉପରେ କଡ଼ା ନଜର ରଖିଛନ୍ତି। 

ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ହାତକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ ସର୍ଭେ କରାଯିବ। ଏହାପରେ ସପ୍ତାହେ ଭିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ।

୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ମଣ୍ଡି ଦାୟିତ୍ୱରେ ନୋଡାଲ ଅଫିସର ରହିବେ ।  ଏଥର ଆମର ଟାର୍ଗେଟ ୧୫ ଲକ୍ଷ ମେଟ୍ରିକ୍ ଟନ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । କଟନୀ ଛଟନୀ କରାଇ ଦିଆଯାଇନାହିଁ । ଅସାଧୁ ମିଲରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ: ଜୟ ନାରାୟଣ ମିଶ୍ର

ଭୁବନେଶ୍ବରରେ ସାଇନ୍ସ ସିଟି ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏହା ଲକ୍ଷ୍ୟ ରହିଛି । ସେଥି ଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି । ଆମ ରାଜ୍ୟ ଓଡ଼ିଶାରେ ସେଭଳି ସାଇନ୍ସ ସିଟି  ପ୍ରତିଷ୍ଠା ହେବ । ସବୁ ଜିଲ୍ଲାରେ ସାଇନ୍ସ ପାର୍କ ମଧ୍ୟ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ୧୩ ମୃତ

 krushna chandra patra