ଓଡ଼ିଶାରେ ଜୁଲାଇରେ ୯ ପ୍ରତିଶତ କମ୍‌ ବର୍ଷା

Advertisment

Skymet Weather

ଭୁବନେଶ୍ୱର: ଓଡ଼ିଶାରେ ଜୁଲାଇ ମାସରେ ୯ ପ୍ରତିଶତ ବର୍ଷା କମ୍‌ ହୋଇଛି। ବର୍ଷ ୨୦୧୯ ଜୁଲାଇରେ ୩୦୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ଓଡ଼ିଶାରେ ଜୁଲାଇ ମାସର ହାରାହାରି ୩୩୯.୯ ମିଲିମିଟର ବୃଷ୍ଟିପାତ ହୋଇଥାଏ। ଚଳିତ ବର୍ଷ ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୩୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ହାରାହାରି ଠାରୁ ୩୬.୧ ପ୍ରତିଶତ ଅଧିକ। ଅପରପକ୍ଷେ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ବୃଷ୍ଟିପାତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ୧୭୮.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ହାରାହାରି ଠାରୁ ୩୯.୧ ପ୍ରତିଶତ କମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe