ଓଡ଼ିଶାରେ ବନୀକରଣ ପାଇଁ କେନ୍ଦ୍ର ଦେଲା ୫୯୩୩ କୋଟି ଟଙ୍କା

Advertisment
ଓଡ଼ିଶାରେ ବନୀକରଣ ପାଇଁ କେନ୍ଦ୍ର ଦେଲା ୫୯୩୩ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ବନୀକରଣ ପାଇଁ କେନ୍ଦ୍ର ସରକାର ଗୁରୁବାର ୫୯୩୩ କୋଟି ଟଙ୍କା ଦେଇଛି। ଏହି ଟଙ୍କାରେ ରାଜ୍ୟର ବନୀକରଣ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ଦେଇଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର ଜଙ୍ଗଲମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ବନୀକରଣ ପାଇଁ ଓଡ଼ିଶାକୁ ସର୍ବାଧିକ ଟଙ୍କା ମିଳିଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼କୁ ୫୭୯୧ କୋଟି ୭୦ ଲକ୍ଷ ଟଙ୍କା ମିଳିଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶରେ ବନୀକରଣ ପାଇଁ ୫୧୯୬ କୋଟି ୬୯ ଲକ୍ଷ ଟଙ୍କା ଦିଆଯାଇଛି। ଦିଲ୍ଲୀରେ ଆୟୋଜିତ ବୈଠକରେ ଓଡ଼ିଶା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତ ମେ’ ମାସ ୩ ତାରିଖରେ ସାମୁଦ୍ରିକ ଝଡ଼ ଫନି ଯୋଗୁଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ୧୪ ଜିଲ୍ଲାରେ ଲକ୍ଷାଧିକ ଗଛ ଉପୁଡି ପଡ଼ିଛି। ଫଳରେ ରାଜ୍ୟ ସରକାର ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe