ରାଜ୍ୟ ସରକାର ଘୋଷଣା କଲେ ‘ଅନଲକ୍-୨’ ଗାଇଡଲାଇନ୍ : ଜାଣନ୍ତୁ କେଉଁ କଟକଣା ଜାରି ରହିଛି ଓ କ’ଣ ହୋଇଛି କ‌ୋହଳ

Advertisment
ରାଜ୍ୟ ସରକାର ଘୋଷଣା କଲେ ‘ଅନଲକ୍-୨’ ଗାଇଡଲାଇନ୍ : ଜାଣନ୍ତୁ କେଉଁ କଟକଣା ଜାରି ରହିଛି ଓ କ’ଣ ହୋଇଛି କ‌ୋହଳ

ଭୁବନେଶ୍ୱର: ଆଜି ଅନଲକ-୧ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ  ଆଜି  ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ଜାରି ହୋଇଥିବା ନୂତନ ଗାଇଡଲାଇନରେ ଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ନିମ୍ନରେ ଦିଆଗଲା।

୧. କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦କୋଟି ଟଙ୍କା ଦିଆଯାଇଛି। ରାଜ୍ୟରେ ୫୦ହଜାର ଗ୍ରାମ ରହିଛି। ଘରକୁ ଘର ବୁଲି ମନିଟରିଂ କରିବା ସହିତ ଲୋକମାନଙ୍କୁ ସଚେତନ କରାଇବା ପାଇଁ ସ୍ବେଚ୍ଛାସେବୀ ରହିବେ। ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲୋସନ୍ ବ୍ୟବସ୍ଥା ରହିବ‌।   କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବ, ଯାହାର ଦାୟିତ୍ୱରେ ସରପଞ୍ଚ ରହିବେ। ଏହି କୋଭିଡ କେୟାର ସେଣ୍ଟରରେ ୧୦ଟି ବେଡ ରହିବ। ଯେଉଁ ବ୍ୟକ୍ତଙ୍କ ନମୁନାରେ ସାମାନ୍ୟ କୋଭିଡ ଲକ୍ଷଣ ଦେଖା ଯିବ ସେମାନଙ୍କୁ ଏଠାରେ ରଖି ଚିକିତ୍ସା କରାଯିବ।

୨. ସାଢ଼େ ତିନିମାସ ହେଲା ରାଜ୍ୟ ଏକ ଅଦୃଶ୍ୟ ରୋଗ ସହିତ ଲଢ଼େଇ କରୁଛି। ହେଲେ ବି ଏଯାବତ କରୋନାର ସକ୍ରିୟ ଓ ସୁସ୍ଥ ମାମଲାକୁ ଦେଖିଲେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ରହିଛି। ଓଡ଼ିଶାରେ କରୋନା ମୃତ୍ୟୁହାର ୦.୩୫ ପ୍ରତିଶତ ରହିଛି।

publive-image

୩. କରୋନା ସଂକ୍ରମଣ ସ୍ଥିତି ନେଇ ରାଜ୍ୟକୁ ୨ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ୧୦ଟି ଜିଲ୍ଲା ଥିବା ବେଳେ ଅନ୍ୟସବୁ ଜିଲ୍ଲା ଜୋନ୍‌-୨ରେ ରହିଛି। ଜୁଲାଇ ମାସରେ ଜୋନ୍‌-୧ର ୧୦ଟି ଜିଲ୍ଲାରେ ସପ୍ତାହିକ ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରହିଛି। ସଟଡାଉନ୍‌ ବେଳେ ଅନୁମତି ନେଇ ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାର ଆଦି କାର୍ଯ୍ୟ କରିହେବ।

୪. ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ନାଇଟ୍‌ କର୍ଫ୍ୟୁ ସମୟରେ ବିନା କାର୍ଯ୍ୟରେ ଲୋକେ ଘରୁ ବାହାରିବେ ନାହିଁ।  କେବଳ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଲୋକ ଚଳାଚଳ କରିପାରିବେ।

୫. ଜୁଲାଇ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ସେହିଭଳି ଆନ୍ତର୍ଜାତିକ ବିମାନ ସେବା ଓ ରେଳ ସେବା ବନ୍ଦ ରହିବ । ପୂର୍ବ ଭଳି ଜିମ୍‌, ସୁଇମିଂ ପୁଲ୍‌, ପାର୍କ, ବାର୍‌ ଆଦି ବନ୍ଦ ରହିବ । ସାମାଜିକ, କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ  ରହିବ। ଏଥିସହିତ କେଉଁ ଅଞ୍ଚଳରେ ମଲ୍‌ ଖୋଲା ଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ଉପରେ ନିର୍ଭର କରିବ।

୬. କରୋନା ପଜିଟିଭ୍‌ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ର ଘୋଷଣା ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବେ। କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍‌ କଟକଣା ବଳବତ୍ତର ରହିବା ସହ ଏହାକୁ ଆହୁରି କଡ଼ାକଡ଼ି କରାଯିବ।

୭.  ହୋଟେଲ, ରେସ୍ତୋରାଁ ଓ ଢ଼ାବା(ଜାତୀୟ ରାଜପଥରେ) ଖୋଲା ରହିବ। କିନ୍ତୁ କୌଣସି ଗ୍ରାହକ ଏଠାରେ ବସି ଖାଇ ପାରିବେ ନାହିଁ। କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ଘରକୁ ପାର୍ସଲ ନେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe