ବଇରୀ ପାଲଟିଛନ୍ତି ରାଜ୍ୟ ସରକାର: ନିରଞ୍ଜନ

Advertisment
ବଇରୀ ପାଲଟିଛନ୍ତି ରାଜ୍ୟ ସରକାର: ନିରଞ୍ଜନ

ଭୁବନେଶ୍ବର : ଭୀଷଣ ବାତ୍ୟା ଏବଂ ବର୍ଷା ଓ ତଦ୍‌ଜନିତ ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତେ ସରକାର ବଇରୀ ପାଲଟିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତିି।

ଆଜି ଏକ ପ୍ରେସ୍‌ ବିବୃତିରେ ପିସିସି ସଭାପତି କହିଛନ୍ତିି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ୬୨ଜଣଙ୍କ ପ୍ରାଣହାନି ଘଟିଛି। ପିସିସି ପକ୍ଷରୁ ଦାବି କରାଯିବା ପରେ ରାଜ୍ୟ ସରକାର ପ୍ରତି ମୃୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ତେବେ ବାତ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ଯେଉଁଭଳି ରିଲିଫ ଓ ପୁନର୍ବାସ କାର୍ଯ୍ୟ ହେବା କଥା ତାହା କରାଯାଉନାହିଁ। ଏହା ତ୍ବରାନ୍ବିତ କରିବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତିି। ସେହିପରି ସଡ଼କ, ବିଦ୍ୟୁତ୍‌, ପାନୀୟଜଳ ଯୋଗାଣ, ସେତୁ ଆଦି ନଷ୍ଟ ହୋଇଯାଇଥିବା ଭିତ୍ତିଭୂମି ଯୁଦ୍ଧକାଳୀନ ଭିତ୍ତିରେ ସଜାଡ଼ିବାକୁ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସାତକୋଶିଆରେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ଜଣେ ମହିଳାଙ୍କୁ ମାରିଦେଇଥିଲା। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବାଘୁଣୀକୁ ସେଠାରୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। କିନ୍ତୁ ରାଜ୍ୟ ସରକାର ବାଘୁଣୀର ଗତିବିଧି ଉପରେ ନଜର ରଖିଛନ୍ତି କହି ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ଏବେ ସେହି ନରଖାଦକ ପୁଣି ଜଣେ ଲୋକଙ୍କୁ ମାରିଦେଇଛି। ଏହା ଦ୍ବାରା ରାଜ୍ୟ ସରକାର ଜାଣିଶୁଣି ନିରୀହ ଲୋକଙ୍କ ଜୀବନ ନେଉଛନ୍ତିି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ବାଘୁଣୀକୁ ଧରି ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବା କିମ୍ବା ତାକୁ ପୁଣି ଏନ୍‌କ୍ଲୋଜରରେ ରଖି ତା’ର ଆଚରଣ ଉପରେ ଦୃଷ୍ଟି ରଖିବାକୁ ସେ ଦାବି କରିଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ସହିତ ବାଘୁଣୀ ଆଉ କିଛି ଅଘଟଣ ଘଟାଇବା ପୂର୍ବରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe