ସରକାରୀ କର୍ମଚାରୀଙ୍କୁ ଲଲିପପ୍ : ବକେୟାରୁ ମାତ୍ର ୧୦% ମିଳିବ

Advertisment
ଓଡ଼ିଶାରେ ପଡ଼ିରହିଛି ସ୍ବଚ୍ଛ ମିସନ ଅର୍ଥ

www.livemint.com

ପୂର୍ବରୁ ୪୦% ମିଳିଥିଲା, ଏବର୍ଷ ପାଇଁ ଆଶା ଦେଖାଇଥିଲେ୪୦%
ମହଙ୍ଗା ଭତ୍ତା ଘୋଷଣା ହେଲାନାହିଁ କି ନୂଆ ହାରରେ ଘରଭଡ଼ା

ଭୁବନେଶ୍ବର : ୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ କମିସନ ଲାଗୁ ହେଲାଣି। ସେବେଠାରୁ ୨୦୧୭ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବକେୟା ଦରମାର ୪୦% ପୂର୍ବରୁ ରାଜ୍ୟ ସରକାର ଦେଇସାରିଥିଲେ। ଚଳିତବର୍ଷ ଆଶା ଦେଖାଇଥିଲେ ଯେ ବକେୟାର ଆଉ ୪୦% ମିଳିବ। ବାକି ୨୦% ପରେ।

ହେଲେ ଆଜି ସରକାର ୪୦% ବଦଳରେ ବକେୟାର ମାତ୍ର ୧୦% ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଅର୍ଥ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ଯିବ। ଅର୍ଥାତ୍ ସପ୍ତମ ବେତନ କମିସନ ସୁପାରିସ ଆଧାରରେ ବକେୟାର ଦରମାର ୫୦% କର୍ମଚାରୀ ଏହି ବର୍ଷ ଶେଷ ସୁଦ୍ଧା ପାଇବେ ଓ ବାକି ୫୦% ଏବେ ମିଳିବାର ନାହିଁ।

ସରକାର ଯେ ଆର୍ଥିକ ଚାପରେ ସନ୍ତୁଳି ହେଉଛନ୍ତି ଓ ଏହି କାରଣରୁ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନି, େସ ନେଇ ବାରମ୍ବାର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ସରକାରଙ୍କ ଆଜିର ନିଷ୍ପତ୍ତି ପରୋକ୍ଷରେ ସୂଚାଇ ଦେଇଛି ଏହି ଆଶଙ୍କା ଅମୂଳକ ନଥିଲା।

ଏମିତିରେ ବି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଜୁଲାଇ ଡୋଜ୍ ବାବଦରେ ଅକ୍ଟୋବରମାସରେ ୫% ମହଙ୍ଗା ଭତ୍ତା ଘୋଷଣା କରିସାରିଛନ୍ତି। ଯେ କୌଣସି ମୁହୂର୍ତରେ ଦ୍ବିତୀୟ ଡୋଜ୍ (ଜାନୁଆରି) ପାଇଁ ଘୋଷଣା କରିପାରନ୍ତି। କିନ୍ତୁ ରାଜ୍ୟ ସରକାର ଜୁଲାଇ ମାସ ଅର୍ଥାତ୍ ପ୍ରଥମ ଡୋଜ୍ ଏଯାଏ ଦେଇନାହାନ୍ତି। କେବଳ ସେତିକି ନୁହେଁ, ସପ୍ତମ ବେତନ କମିସନ ସୁପାରିସ ଆଧାରରେ ଏଯାଏ ସରକାରୀ କର୍ମଚାରୀଙ୍କୁ ସେଂଶାଧିତ ହାରରେ ଘରଭଡା ପ୍ରଦାନ କରାଯାଇନାହିଁ। ଏ ସଂକ୍ରାନ୍ତ ଫାଇଲ ଦୀର୍ଘ ଦିନ ହେଲାଣି ସରକାରଙ୍କ ବିଚାର ଅପେକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe