ଆଇଏଏସ୍‌ ସ୍ତରରେ ଅଦଳବଦଳ

Advertisment
ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଆଜି ଏକ ଅଦଳବଦଳ କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କର ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହା ସହ ସେ ଆଦର୍ଶ ବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଦାୟିତ୍ୱରେ ମଧ୍ୟ ରହିବେ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ମୃଣାଳିନୀ ଦର୍ସ୍ୱାଲ୍‌ଙ୍କୁ ନୂଆଦିଲ୍ଲୀରେ ଅତିରିକ୍ତ ଆବାସିକ କମିସନ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଆନ୍ତଃରାଜ୍ୟ ଡେପୁଟେସନ୍‌ରେ ଆସିଥିବା ଅର୍ଚ୍ଚନା ପଟ୍ଟନାୟକ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ପାଇଥିଲା ବେଳେ ସେ ମେଡିକାଲ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ମେଡିକାଲ୍‌ କର୍ପୋରେସନ୍‌ରେ ପରିଚାଳନା ନିର୍ଦ୍ଦେଶକ ଥିବା ଆର୍‌ ପି ସିଂହଙ୍କୁ କୃଷି ବିପଣନ ନିର୍ଦ୍ଦେଶକ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଉଦ୍ୟାନ କୃଷି ନିର୍ଦ୍ଦେଶକ ଏମ୍‌ ମୁଥୁକୁମାରଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ସେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ ନାୟକଙ୍କୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନକୁ ବଦଳି ହୋଇଛନ୍ତି ହରିବଲ୍ଲଭ ମିଶ୍ର। କୃଷି ବିଭାଗର ଅତିରିକ୍ତ ସଚିବ ପୁରୁଷୋତ୍ତମ ସାହୁଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କୃଷି ବିପଣନ ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ସ୍ୱଚ୍ଛ ଭାରତ ମିସନ୍‌ର ମିସନ୍‌ ନିର୍ଦ୍ଦେଶକ ପଦବିର ଅତିରିକ୍ତ ଦାୟିତ୍ୱ ମିଳିଛି। ନୂଆଦିଲ୍ଲୀରେ ଅତିରିକ୍ତ ଆବାସିକ କମିସନର୍‌ ଥିବା ତ୍ରିବିକ୍ରମ ପ୍ରଧାନ ସମବାୟ ନିବନ୍ଧକ ଭାବେ ନିଯୁକ୍ତି ପାଇଛନ୍ତି। ଏହା ବାଦ୍‌ ଆଇଏଏସ୍‌କୁ ପଦୋନ୍ନତି ପାଇଥିବା ଏମ୍‌ ରସିଦ୍‌ ଖାନ୍‌, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ ଦାସ, ସୁଶାନ୍ତ ମହାପାତ୍ର ଓ ବିଶ୍ୱନାଥ ଆଚାର୍ଯ୍ୟ ବର୍ତ୍ତମାନ ପଦବିରେ କାର୍ଯ୍ୟ ଜାରି ରଖିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe