କନ୍ଧମାଳ ହଳଦୀର ଜିଆଇ ମାନ୍ୟତା ପାଇଁ ଆବେଦନ

କନ୍ଧମାଳ ହଳଦୀର ଜିଆଇ ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ୱର : କନ୍ଧମାଳ ହଳଦୀକୁ ଭୌଗଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ଦେବା ପାଇଁ ଆଜି ଆବେଦନ ହୋଇଛି। କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଆସୋସିଏସନ୍‌ ଫର ମାର୍କେଟିଂ ବା କସମ ସଂସ୍ଥା ପାଇଁ ସେଣ୍ଟ୍ରାଲ ଟୁଲ ରୁମ୍‌ ଏଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସିର ଭୌତିକ ସଂପଦ ସୁବିଧା କେନ୍ଦ୍ର ପକ୍ଷରୁ ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ଏହାର ଆବେଦନ ପତ୍ର ନଂ ହେଉଛି ୬୧୦। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଆବଶ୍ୟକ ହେଉଥିବା ବିଜ୍ଞାନଭିତ୍ତିକ ତଦନ୍ତ, ଐତିହାସିକ ତଥ୍ୟ ଓ ଜିଆଇ ମ୍ୟାପିଂ କରାଯାଇଥିବା ଜଣାପଡ଼ିଛି।

ସିଟିଟିସର ଭୌତିକ ସଂପଦ କେନ୍ଦ୍ରର ମୁଖ୍ୟ ସଚ୍ଚିକାନ୍ତ କରଙ୍କ କହିବାନୁଯାୟୀ, ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟର ଉପ-ନିର୍ଦେଶକ, କସମର କାର୍ଯ୍ୟକର୍ତା, କନ୍ଧମାଳ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗତ ୨ମାସ ଧରି ପ୍ରଚେଷ୍ଟା ଜାରି ରହିଥିଲା। ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଏଥିପାଇଁ ଆବେଦନ କରାଯାଇଛି। ଜିଆଇ ମାନ୍ୟତା ପାଇଁ ୧ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଲାଗିପାରେ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe