୨୧ଦିନିଆ ଲକଡାଉନ୍ ନେଇ ଓଡ଼ିଶା ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

୨୧ଦିନିଆ ଲକଡାଉନ୍  ନେଇ ଓଡ଼ିଶା ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

ଭୁବନେଶ୍ୱର: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ ଘୋଷିତ ୨୧ ଦିନିଆ ଲକଡାଉନ୍ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏକ କଣ୍ଟ୍ରୋଲ୍ ରୁମ୍ ଖୋଲିଛନ୍ତି । ୨୦୨୦ ମାର୍ଚ ୨୬ ତାରିଖରୁ ରାଜ୍ୟ ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ୨୪ X ୭ କାର୍ଯ୍ୟ କରିବ ।

ଏହି କଣ୍ଟ୍ରୋଲ୍ ରୁମର ନମ୍ବର ହେଉଛି: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ।

ଲକଡାଉନ ଘୋଷଣା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଏହି କଣ୍ଟ୍ରୋଲ୍ ରୁମ୍ ଦୃଷ୍ଟି ଦେବ । ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧରେ ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ ।

publive-image

ଏହି କଣ୍ଟ୍ରୋଲ୍ ରୁମର ସାମଗ୍ରିକ କାର୍ଯ୍ୟଧାରା ଶ୍ରୀ ଅମିତାଭ ଠାକୁର, ଆଇପିଏସ୍, ଆଇଜିପି (ଅପରେସନ୍ସ୍) ପର୍ଯ୍ୟବେକ୍ଷଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe