ସରକାର ଆୟୋଜନ କଲେ ଅନ୍‌ଲାଇନ୍ ପ୍ରତିଯୋଗିତା : ଲକ୍‌ ଡାଉନ୍ ସମୟରେ ପିଲାଙ୍କ ପାଇଁ ‘ମୋ ପ୍ରତିଭା’

ସରକାର ଆୟୋଜନ କଲେ ଅନ୍‌ଲାଇନ୍ ପ୍ରତିଯୋଗିତା : ଲକ୍‌ ଡାଉନ୍ ସମୟରେ ପିଲାଙ୍କ ପାଇଁ ‘ମୋ ପ୍ରତିଭା’

twitter.com

ଭୁବନେଶ୍ବର : ଲକ୍‌ ଡାଉନ୍ ଯୋଗୁ ସ୍କୁଲ୍‌ଗୁଡ଼ିକ ବନ୍ଦ ହୋଇଯାଇଛି। ସେଥି ପାଇଁ ପିଲାମାନେ ପୂରା ସମୟ ଘରେ ରହୁଛନ୍ତି। ଏହି ସମୟରେ ଶିଶୁ, କିଶୋରମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସରକାରଙ୍କ ଦୁଇଟି ବିଭାଗ ଆଗେଇ ଆସିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୟୁନିସେଫ୍‌ର ସହଯୋଗ‌େର 'ମୋ ପ୍ରତିଭା' ଶୀର୍ଷକ ଏକ ଅନ୍‌ଲାଇନ୍ ପ୍ରତିଯୋଗିତା ଆ‌ୟୋଜନ କରାଯାଉଛି।

୫ରୁ ୧୮ ବର୍ଷ ବୟସର ଶିଶୁ-କିଶୋର/କିଶୋରୀମାନଙ୍କ ପାଇଁ 'ଲକ୍‌ ଡାଉନ୍ ସମୟରେ ଗୃହ ଭିତରେ ରହିବାର ଅନୁଭବ' ଓ 'ଜଣେ ନାଗରିକ ହିସାବରେ କୋଭିଡ୍‌-୧୯ ସମୟରେ ମୋର କର୍ତ୍ତବ୍ୟ' ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ‌େପାଷ୍ଟର ତିଆରି, ସ୍ଲୋଗାନ୍ ରଚନା, କ୍ଷୁଦ୍ର ଗଳ୍ପ(୫୦୦ ଶବ୍ଦ ମଧ୍ୟରେ) ଓ କବିତା ରଚନା ପ୍ରତିଯୋଗିତା କରାଯିବ। ପଠାଯାଇଥିବା ବିଷୟ ସମ୍ପୂର୍ଣ୍ଣ ନିଜସ୍ବ ହେବା ଆବଶ୍ୟକ। ଏହି ପ୍ରତିଯୋଗିତା ୫-୧୦ ବର୍ଷ, ୧୧-୧୫ ବର୍ଷ ଏବଂ ୧୬-୧୮ ବର୍ଷ ତିନିଟି ବର୍ଗରେ କରାଯିବ। ବିଜେତାମାନଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବ।  ସମସ୍ତ ବିଷୟ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପଠାଇବାକୁ ହେବ। ଓଡ଼ିଶା ସରକାର ଓ ୟୁନିସେଫ୍‌ ତରଫରୁ ବିଜେତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ନିର୍ବାଚିତ ପ୍ରସଙ୍ଗଗୁଡ଼ିକ କୋଭିଡ୍‌-୧୯ ସୂଚନା ପ୍ରଚାର ଅଭିଯାନରେ ବ୍ୟବହୃତ ହେବ। ଏ ସମ୍ପର୍କରେ ଅଧିକ ତଥ୍ୟ www.sportsodisha.gov.in ଏବଂ www.wcdodisha.gov.in ୱେବ୍‌ସାଇଟ୍‌ରେ ଉପଲବ୍ଧ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe