ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ

Advertisment

ଦରମା ବୃଦ୍ଧି ଫାଇଲକୁ ତୁରନ୍ତ ଅନୁ‌ମୋଦନ ଦାବି

ଦରମା ବୃଦ୍ଧି ଫାଇଲକୁ ତୁରନ୍ତ ଅନୁ‌ମୋଦନ ଦାବି

କୃଷିଋଣ ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି

ଭୁବନେଶ୍ବର : ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ପ୍ରତିନିଧିମଣ୍ଡଳୀ ଆଜି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଭେଟି ପଞ୍ଚାୟତିରାଜ ବିଭାଗରୁ ପାରିଶ୍ରମିକ/ଦରମା ବୃଦ୍ଧି ନେଇ ଆସିଥିବା ଫାଇଲକୁ ତୁରନ୍ତ ଅନୁମୋଦନ କରିବାକୁ ଦାବି କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ସୂଚନା ଦେଇଛି। ସଂଘର ସଭାପତି ଲଳିତ କୁମାର ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ରାଜ୍ୟରେ ୬୮୦୧ ପଞ୍ଚାୟତରେ ୯ ହଜାରରୁ ଅଧିକ ପିଅନ, ଝାଡ଼ୁଦାର ଓ ରାତ୍ର ଜଗୁଆଳି ରହିଛନ୍ତି। ଦୀର୍ଘ ୨୫/୩୦ବର୍ଷ କାମ କରିବା ପରେ ମଧ୍ୟ ଏହି କର୍ମଚାରୀମାନଙ୍କୁ ମାସକୁ ୨/୩ହଜାର ଟଙ୍କା ଦରମା ଦିଆଯାଉଛି। ପଞ୍ଚାୟତଗୁଡ଼ିକରେ ସଂପାଦକ ଓ ପିଅନ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ବେଳେ ସଂପାଦକମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟମିତ ଚାକିରି ପାଇଛନ୍ତି। ମାତ୍ର ପିଅନମାନେ ଏବେ ବି ନିର୍ଯାତିତ ଅବସ୍ଥାରେ ରହିଛନ୍ତି। ଗତ ମାସ ୩୦ ତାରିଖରେ ରାଜ୍ୟରେ କାର୍ଯ୍ୟରତ ଶ୍ରମଜୀବୀମାନଙ୍କ ଦୈନିକ ମଜୁରୀ ବୃଦ୍ଧି ହୋଇଥିବାରୁ ଏହାକୁ ତୁରନ୍ତ ଲାଗୁ କରାଯାଉ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ସତ୍ୟବାନ ସାହୁ, ଭୋଜରାଜ ମାଝୀ, ପବିତ୍ର ଭୋଇ, ବୈଷ୍ଣବ ବାଗ୍, ଅନନ୍ତ ମହାରଣା, ସନ୍ତୋଷ କବି, ବିଭୀଷଣ ରଣା, କୈଳାସ ଜେନା ଓ ଦୁଃଶାସନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe