Odisha has a special place in the Pravyodaya Yojana designed by the Prime Minister: Chief Minister Photograph: (sambad.in)
କଟକ: ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସର ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ପ୍ରେସ ବିବୃତି: କମ୍ପାନିକୁ ସମର୍ଥନ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବ
ଆଜି ଓଡିଶାରେ ଲାଇଟ ହାଉସ ଟୁରିଜିମ ଫେସ୍ଟିଭାଲ, ନ୍ୟାଭି ଡେ, ଡିଜି କନଫରେନସ୍, ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଓ ପ୍ରବାସୀ ଭାରତୀୟ ଦିବସ ପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଖୁବ୍ ସଫଳତାର ସହ ଅନୁଷ୍ଠିତ ହୋଇଛି ।
ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡିଆ ମାନେ ଏବେ ଓଡିଶାର ବିକାଶ ଯାତ୍ରାରେ ସହଭାଗୀ ହେବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱାଧୀନତା ସଂଗ୍ରାମୀମାନେ ଆମର ଚିର ନମସ୍ୟ । ସେମାନଙ୍କ ସଂଗ୍ରାମ, ତ୍ୟାଗ ଓ ଦେଶ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ପେନସନ୍ ପରିମାଣକୁ ବୃଦ୍ଧି କରିଛନ୍ତି ।
ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ସଂଗ୍ରାମ କରି ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଥିଲେ, ସେମାନଙ୍କ ବଳିଦାନକୁ ସ୍ୱୀକାର କରି ରାଜ୍ୟ ସରକାର ମିସା ଆଇନରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରିଛନ୍ତି । ଆଜି ଭଳି ଏକ ପବିତ୍ର ଦିନରେ ସେମାନଙ୍କ ପ୍ରତି ଆମ ସରକାରଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି।
ଅଧିକ ପଢ଼ନ୍ତୁ: ଲୋକମାନେ ଅଧିକାର ହରାଇଦେଲେ: ଉଦ୍ଧବ
Follow Us