ସ୍ୱାବ ନମୁନା ପରୀକ୍ଷା କରିବାରେ ଭାରତରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା

ସ୍ୱାବ ନମୁନା ପରୀକ୍ଷା କରିବାରେ ଭାରତରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ସ୍ୱାବ ନମୁନା ପରୀକ୍ଷା କରିବାରେ ଭାରତରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା | ଜାତୀୟ ସ୍ତରରେ ପ୍ରତି ନିୟୁତରେ ହାରାହାରି ୫୮୦ ନମୁନା ପରୀକ୍ଷା କରାଯାଉଥିବା ବେଳେ ଓଡିଶା ପ୍ରତି ନିୟୁତରେ ହାରାହାରି ୧୨୬୫ ପରୀକ୍ଷା କରି ଦେଶର ଦ୍ୱିତୀୟ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହୋଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଏହା ସହ ଏକ ସୂଚୀର ଫଟୋ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ପ୍ରଥମେ ଗୋଆ ଏବଂ ଦ୍ଵିତୀୟରେ ଓଡ଼ିଶା ରହିଛି | କୋଭିଡ-୧୯ ରୋଗୀଙ୍କୁ ଚିହ୍ନଟ ଏବଂ ଚିକିତ୍ସା ପାଇଁ ଓଡ଼ିଶା କ୍ରମାଗତ ଭାବରେ ପରୀକ୍ଷା ଜାରି ରଖିଛି ବୋଲି ଟୁଇଟରେ ଲେଖାଯାଇଛି |

ଆଜି ରାଜ୍ୟରେ ରେକର୍ଡସଂଖ୍ୟକ କୋଭିଡ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ପୁଣି  ଦିନକରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୬ ହଜାର ୪୭୯ କରୋନା ନମୁନା ପରୀକ୍ଷା ହୋଇଥିବାର ଖବର ମିଳିଛି। ଏଥିମଧ୍ୟରୁ ୪୪,୯୫୦ ଜଣଙ୍କର ଆଣ୍ଟିଜେନ, ୧୧୩୫୮ଟି ଆରଟିପିସିଆର୍ ଓ ୧୭୧ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭,୯୫୫ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe