Jakarta Globe
ଭୁବନେଶ୍ବର: କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜରୁରୀକାଳୀନ କୋଭିଡ-୧୯ ରେସପନ୍ସ ଓ ସ୍ବାସ୍ଥ୍ୟ ପ୍ରସ୍ତୁତି ପ୍ୟାକେଜ୍ ବା ଇସିଆରପି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶ ରହିଛି। ଇସିଆରପି-୨ରେ ଅବଧି ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ରହିଥିଲା। ଇସିଆରପି-୨ରେ ରାଜ୍ୟ ସରକାର ବର୍ତମାନସୁଦ୍ଧା ୪୧ ପ୍ରତିଶତ ଅର୍ଥ ଖର୍ଚ କରିଛନ୍ତି। ମଞ୍ଜୁର ଅର୍ଥର ଖର୍ଚର ହାର ୫୦ ପ୍ରତିଶତ ତଳେ ରହିଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ବର୍ତମାନସୁଦ୍ଧା ୮୬୧.୯୭କୋଟି ମଞ୍ଜୁର ହୋଇଥିବା ବେଳେ ତହିଁରୁ ୩୫୨କୋଟି ଟଙ୍କା ଖର୍ଚ ହୋଇଛି। ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶତ ପ୍ରତିଶତ ମଞ୍ଜୁର ଅର୍ଥ ଖର୍ଚ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାସହ ଯେତିକି ଅର୍ଥ ଖର୍ଚ ହୋଇଛି ଏନ୍ଏଚ୍ଏମ୍ ପିଏମ୍ଏସ୍ ପୋର୍ଟାଲରେ ଅପଡେଟ୍ କରିବା ଉପରେ ଗୁରୁତ୍ବ ଦିଆଯାଇଛି।
ଜାତୀୟ ସ୍ବାସ୍ଥ୍ୟ ମିସନ୍ରୁ ମିଳିଥିବା ସୂଚନା ଅନୁସାରେ, ଇସିଆରପି-୨ର ଅବଧି ମାର୍ଚ ପର୍ଯ୍ୟନ୍ତ ରହିଥିଲା। ମାତ୍ର ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ କରିବାରେ କୌଣସି କଟକଣା ନାହିଁ। ଏବେ କିଛି ଜିଲ୍ଲାରେ ହସ୍ପିଟାଲର ଭିତ୍ତିଭୂମି ନିର୍ମାଣ ଜାରି ରହିଛି। ଆସନ୍ତା ଜୁଲାଇ/ଅଗଷ୍ଟ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଏହା ଭିତରେ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ହସ୍ପିଟାଲ ସାମଗ୍ରୀ କିଣା ଯାଇଛି ଓ ଇନଷ୍ଟଲେସନ୍ ଜାରି ରହିଛି। ଯଦି କୋଭିଡର ତୃତୀୟ ଲହର ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିଥାନ୍ତା ତାହାଲେ ମଞ୍ଜୁର ଅର୍ଥର ଖର୍ଚ ପରିମାଣ ବୃଦ୍ଧି ପାଇଥାନ୍ତା ବୋଲି ଏନ୍ଏଚ୍ଏମ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
Follow Us