ପ୍ରିକସନ୍ ଡୋଜ୍‌ରେ ଓଡ଼ିଶା ଦେଶରେ ଯୁଗ୍ମ ସର୍ବାଧିକ: ରାଜ୍ୟରେ ୮କୋଟି ଟପିଲା ଟିକାକରଣ

କୋଭିଡ ଭୟ: ପିଲାଙ୍କ ଟିକାକରଣକୁ ଶିଶୁରୋଗ ବିଶେଷଜ୍ଞଙ୍କ ଗୁରୁତ୍ବ

Image Courtesy of Zee News

ଭୁବନେଶ୍ବର: ଧିମା ପ୍ରିକସନ୍ ଡୋଜ୍ ଟିକାକରଣ ସତ୍ତ୍ବେ ଓଡ଼ିଶା‌କୁ ସଫଳତା ମିଳିଛି। ଜାତୀୟସ୍ତରରେ ସର୍ବାଧିକ ପ୍ରିକସନ୍ ଡୋଜ୍ ଦିଆଯାଇଥିବା ରାଜ୍ୟ ତାଲିକାରେ ଛତିଶଗଡ଼ ଓ ଓଡ଼ିଶା ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦୁଇ ରାଜ୍ୟରେ ୪୧ ପ୍ରତିଶତ ପର୍ଯ୍ୟନ୍ତ ଲୋକ ପ୍ରିକସନ୍ ଡୋଜ୍ ଟିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟସ୍ତରରେ ପ୍ରିକସନ୍ ଡୋଜ୍ ହାର ୨୫ ପ୍ରତିଶତ ରହିଛି।
ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ୧୮-୫୯ବର୍ଷର ଲୋକଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଟିକା ଦିଆଯିବ। ଆଗକୁ ଏହି ଅବଧିରେ ବୃଦ୍ଧି କରାଯିବ କି ନାହିଁ ତାହା ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସମୟସୀମା ଶେଷ ହେଉଥିବା ପରିପ୍ରେକ୍ଷୀରେ ପ୍ରିକସନ୍ ଡୋଜ୍ ନେବା ପାଇଁ ରାଜ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଗତ ୨୪ତାରିଖ ସୁଦ୍ଧା ଓଡ଼ିଶା-ଛତିଶଗଡ଼ରେ ୪୧ ପ୍ରତିଶତ ଓ ସିକ୍କିମ୍‌ରେ ୪୦ ପ୍ରତିଶତ ଲୋକ ନିଜର ପ୍ରିକସନ୍ ଡୋଜ୍ ଟିକା ନେଇଛନ୍ତି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ୯୪ ପ୍ରତିଶତ, ଲଦାଖ ୬୩ ଓ ପୁଡୁଚେରୀରେ ଏହି ହାର ୫୬ ପ୍ରତିଶତ ରହିଛି। ତେବେ ୪ଟି ରାଜ୍ୟରେ ସର୍ବନିମ୍ନ ପ୍ରିକସନ୍ ଡୋଜ୍ ଟିକାକରଣ ହୋଇଛି। ମେଘାଳୟରେ ୯, ଝାଡ଼ଖଣ୍ଡ, ନାଗାଲାଣ୍ଡ ଓ ପଞ୍ଜାବରେ ୧୦ ପ୍ରତିଶତ ଲେଖାଏ ପ୍ରିକସନ୍ ଡୋଜ୍ ଟିକା ଦିଆଯାଇଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଚଳିତମାସ ୩୦ତାରିଖ ପରେ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଅବଧି ବୃଦ୍ଧି ନେଇ କେନ୍ଦ୍ରରୁ କୌଣସି ସୂଚନା ଆସିନାହିଁ। ତେଣୁ ଆସନ୍ତା ୨ଦିନ ହିଁ ମାଗଣା ଡୋଜ୍ ଦିଆଯିବ। ପ୍ରିକସନ୍ ଡୋଜ୍ ପାଇଁ ଦିନକୁ ଏବେ ଯେତିକି ଟିକାର ଆବଶ୍ୟକତା ରହିଛି ତାହାର ଅଭାବ ରହିଛି। କେନ୍ଦ୍ର ସରକାର ଆଜି ଆଉ ୨/୩ଲକ୍ଷ ଟିକା ପଠାଇବା ସଂପର୍କରେ ସୂଚନା ଦେଇଛନ୍ତି। ହେଲେ ଦୈନିକ ହାରକୁ ଦେଖିଲେ ତାହା ଯଥେଷ୍ଟ ନୁହେଁ। ଯଦି କେନ୍ଦ୍ର ସରକାର ଅବଧି ବୃଦ୍ଧି ନ କରନ୍ତି ତାହାଲେ ଲୋକମାନଙ୍କୁ ଘରୋଇ ହସ୍ପିଟାଲରେ ଏହାକୁ ନେବାକୁ ପଡ଼ିପାରେ ବୋଲି ଡା.ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷରେ ଆଜି ରାଜ୍ୟରେ କରୋନା ଟିକାକରଣ ୮କୋଟି ଡୋଜ୍ ଟପିଛି। ଏଥିରେ ଉଭୟ ପ୍ରଥମ, ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ଟିକା ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe